ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ୟାନ୍ : ଜଣେ ଗୁରୁତର, ୫ ଆହତ

Published By : Prameya-News7 Bureau | July 17, 2024 IST

କଣ୍ଟାବାଞ୍ଜି ୧୭: ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କନ୍ଦବାହାଲ ଛକ ଠାରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସକାଳୁ କଣ୍ଟାବାଞ୍ଜିରୁ ସିନ୍ଧେକେଲା ବଜାରକୁ ପରିବା ବିକ୍ରି କରିବାକୁ ଯାଉଥିଲା ପିକଅପ୍ ଭ୍ୟାନ୍ । ଏହି ସମୟରେ କନ୍ଦବାହାଲ ଛକ ଠାରେ ଭାରସାମ୍ୟ ହରାଇ ଓଲଟିଲା  ପିକଅପ୍ ଭ୍ୟାନ୍ । ଗାଡିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମି ଭିତରକୁ ପଶିଯାଇଛି । ଦୁର୍ଘଟଣାରେ ରାଧେ ସତନାମୀ ନାମକ ଜଣେ ପରିବା ବ୍ୟବସାୟୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କଣ୍ଟାବାଞ୍ଜି ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ଗୁରୁତର ଏବଂ ଆହତ ସମସ୍ତେ କଣ୍ଟାବାଞ୍ଜି ସତନାମୀ ପଡାର ପରିବା ବିକାଳୀ ।

You Can Read:

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ଆଭିମୁଖ୍ୟ, ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପର ହେବ ଜୋରଦାର ବିରୋଧ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.