ପିଏମ୍ କୃଷକ ସମ୍ମାନ ନିଧିର ୧୬ତମ କିସ୍ତି ଜାରି, ଲାଭାର୍ଥୀଙ୍କ ଆକାଉଣ୍ଟକୁ ଗଲା ୨୧୦୦୦ କୋଟି ଟଙ୍କା

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କୃଷକ ସମ୍ମାନ ନିଧି ଯୋଜନାର ୧୬ତମ କିସ୍ତି ଜାରି କରିଛନ୍ତି । ବୁଧବାର ମହାରାଷ୍ଟ୍ରର ୟବତମାଲରୁ ପ୍ରାୟ ୯ କୋଟି ଲାଭାର୍ଥୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ଲାଭାର୍ଥୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯାଉଛି । ତିନୋଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ମିଳିଥାଏ ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ନଭେମ୍ୱର ୧୫ରେ ପିଏମ କିଷାନ ଯୋଜନାର ୧୫ତମ କିସ୍ତି ଜାରି କରିଥିଲେ । ୧୫ତମ କିସ୍ତି ଭାବେ ୧୮,୦୦୦ କୋଟି ଟଙ୍କା ୮ କୋଟି ଲାଭାର୍ଥୀଙ୍କୁ ଜାରି କରିଥିଲେ । ଯଦି କେହି ପିଏମ କିଷାନ ଯୋଜନାରେ କୌଣସି ସମସ୍ୟାର ସାମନା କରନ୍ତି, ତେବେ [email protected]ରେ ଯୋଗାଯୋଗ କରିପାରିବେ । ଏହା ବ୍ୟତୀତ ହେଲ୍ପଲାଇନ ନମ୍ୱର ୧୫୫୨୬୧ କିମ୍ୱା ୧୮୦୦୧୧୫୫୨୬ରେ ଯୋଗାଯୋଗ କରିପାରିବେ ।

ପଢନ୍ତୁ:‘ବୈଜ୍ଞାନିକଙ୍କ ଅପମାନ…’ ଡିଏମକେ ସରକାରର ବିଜ୍ଞାପନରେ ଚୀନ ରକେଟ୍‌କୁ ଦେଖି ବର୍ଷିଲେ ପ୍ରଧାନମନ୍ତ୍ରୀ

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପିଏମ-କିଷାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଚାଟବଟ୍ (କିଷାନ ଇ-ମିତ୍ର) ମଧ୍ୟ ଆରମ୍ଭ କରିଛନ୍ତି । ଏହାସହ ପିଏମ କିଷାନ ସମ୍ମାନ ନିଧି ଯୋଜନା ସହ ଜଡିତ ଅଭିଯୋଗଗୁଡ଼ିକର ୱାନ-ଷ୍ଟପ୍ ସଲ୍ୟୁସନ ଯୋଗାଇଥାଏ । ଏହି ଚାଟବଟ୍ ହିନ୍ଦୀ, ତାମିଲ, ଓଡ଼ିଆ, ବଙ୍ଗଳୀ ପରି ସ୍ଥାନୀୟ ଭାଷା ଏବଂ ଇଂରାଜୀରେ ସେବା ପ୍ରଦାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.