ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩: ୨୩ ଅଗଷ୍ଟ ସନ୍ଧ୍ୟା ୫.୪୩ରେ ଲ୍ୟାଣ୍ଡିଂ, ବଧେଇ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

Published By : Prameya-News7 Bureau | July 14, 2023 IST

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଲଞ୍ଚ ହୋଇସାରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଶୁକ୍ରବାର (ଜୁଲାଇ ୧୪) ଅପରାହ୍ନ ୨.୩୫ ରେ ତୃତୀୟ ଚନ୍ଦ୍ରାୟନ ମିଶନ ଆରମ୍ଭ କରିଛି। ସଫଳ ଲଞ୍ଚିଂ ପରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ 'ଚନ୍ଦ୍ରୟାନ-' 'LVM-3M4 ରକେଟ ଚନ୍ଦ୍ରଯାନ -୩ କୁ ସଠିକ୍ କକ୍ଷପଥରେ ସ୍ଥାପନ କରିଛି। ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି। ଅଗଷ୍ଟ ୨୩ ସନ୍ଧ୍ୟା ୫.୪୩ରେ ଏହା ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି।

Image

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋରେ ଖୁସିର ପରିବେଶ ରହିଥିବା ବେଳେ ସଫଳ ଲଞ୍ଚ ପାଇଁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଫ୍ରାନ୍ସରେ ଅଛନ୍ତି। ସେଠାରେ ବାଷ୍ଟିଲ୍‌ ପରେଡ୍‌ରେ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ। ହେଲେ ଏପଟେ ଭାରତର ପରୀକ୍ଷଣକୁ ନେଇ ମୋଦୀ ଖୁସି ବ୍ୟକ୍ତ କରିବା ସହିତ ବୈଜ୍ଞାନିକଙ୍କୁ ଶୁଭକମାନ ଜଣାଇଛନ୍ତି।

wp:embed {"url":"https://twitter.com/isro/status/1679808999481548801?s=20","type":"rich","providerNameSlug":"twitter","responsive":true}
https://twitter.com/isro/status/1679808999481548801?s=20
/wp:embed

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି “ଚନ୍ଦ୍ରଯାନ-୩ ଭାରତର ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଲେଖିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଉଚ୍ଚାଭିଳାଶକୁ ଉଚ୍ଚତା ଦେବା ସହ ଉପରକୁ ଉଡ଼ୁଛି। ଏହି ମହତ୍ୱପୂର୍ଣ ଉପଲବ୍ଧି ଆମ ବୈଜ୍ଞାନିକମାନଙ୍କ ନିରନ୍ତର ଉତ୍ସର୍ଗର ପ୍ରମାଣ। ମୁଁ ସେମାନଙ୍କ ଭାବନା ଓ ପ୍ରତିଭାକୁ ପ୍ରମାଣ କରୁଛି।”

wp:embed {"url":"https://twitter.com/rashtrapatibhvn/status/1679789508487946240?s=20","type":"rich","providerNameSlug":"twitter","responsive":true}
https://twitter.com/rashtrapatibhvn/status/1679789508487946240?s=20
/wp:embed

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଡ ପ୍ରତିଷ୍ଠା କରି ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ କରିଛି।  ଇଶ୍ରୋ ଟିମ୍‌ ଓ ଏହି ଉପଲବ୍ଧିକୁ ହାସିଲ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଗତି ପ୍ରତି ଦେଶର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଚନ୍ଦ୍ର ମିଶନର ସଫଳତା ପାଇଁ ମୋର ଶୁଭକାମନା।

wp:embed {"url":"https://twitter.com/narendramodi/status/1679789062561857537?s=20","type":"rich","providerNameSlug":"twitter","responsive":true}
https://twitter.com/narendramodi/status/1679789062561857537?s=20
/wp:embed

ସେହିପରି ଉପରାଷ୍ଟ୍ରପତି ଜଗଦିଶ ଧନକଡ଼ ମଧ୍ୟ ଚନ୍ଦ୍ରଯାନ-୩ର ସଫଳ ଲଞ୍ଚ ପାଇଁ ଶୁଭକାମନା ଜଣାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଇସ୍ରୋର ଉପଲବ୍ଧି ପାଇଁ ବଧେଇ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.