ଲାଲ୍ କିଲା ମୈଦାନରେ ରାବଣ ପୋଡ଼ି, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ହେଲା କାର୍ଯ୍ୟକ୍ରମ

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ: ଲାଲ୍ କିଲା ସ୍ଥିତ ମାଧବ ଦାଶ ମୈଦାନରେ ପବିତ୍ର ଦଶହରା ଅବସରରେ ରବଣ ପୋଡ଼ି ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିଥିଲେ । ରାବଣ ପୋଡ଼ି ସମାରୋହ ଧାର୍ମିକ ଏବଂ ସାଂସ୍କୃତିକ ମହତ୍ୱ ରଖିବା ସହ ଦେଶର ଏକତା, ଅଖଣ୍ଡତା ଏବଂ ସଦଭାବନାର ପ୍ରତୀକ ମଧ୍ୟ ଅଟେ ।

ଲାଲ୍ କିଲାରେ ଶ୍ରୀ ଧାର୍ମିକ ଲୀଲା କମିଟିର ରାଣବ ପୋଡ଼ି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦେଶର ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତେ ରାମଲୀଳା ଦେଖିବା ସହ ରାବଣ ପୋଡ଼ି ସମାରୋହରେ ଭାଗ ନେଇଥିଲେ । ଅନ୍ୟପଟେ ନବଶ୍ରୀ ଧାର୍ମିକ ଲୀଲା କମିଟି ପେଣ୍ଡାଲରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଉପସ୍ଥିତ ରହିଥିଲେ । 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.