ବିକଶିତ ଭାରତ @୨୦୪୭: ପିଏମ୍ ମୋଦୀଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ପ୍ରସ୍ତୁତ କରିବ ରୋଡମ୍ୟାପ୍, ୮ ସେକ୍ଟର ଉପରେ ଗୁରୁତ୍ୱ

Published By : Prameya-News7 Bureau | May 26, 2023 IST

ନୂଆଦିଲ୍ଲୀ: ନୀତି ଆୟୋଗର ଅଷ୍ଟମ ଗଭର୍ଣ୍ଣିଂ କାଉନସିଲର ଶନିବାର ହେବାକୁ ଥିବା ବୈଠକରେ ଚଳିତ ଥର ବିକଶିତ ଭାରତର ରୋଡମ୍ୟାପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିବେ । ନୀତି ଆୟୋଗ ଅଧ୍ୟକ୍ଷ ହୋଇଥିବା କାରଣରୁ ପ୍ରଧାନମନ୍ତ୍ରୀ ଏହି ବୈଠକର ଅଧ୍ୟକ୍ଷତା କରିବେ । ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶାସିତ ପ୍ରଦେଶ ଉପରାଜ୍ୟପାଳଙ୍କୁ ଅମନ୍ତ୍ରିତ କରାଯାଇଛି ।

ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେବାକୁ ଥିବା ଏହି ବୈଠକର ଥିମ୍ ବିକଶିତ ଭାରତ @୨୦୪୭: ଟିମ୍ ଇଣ୍ଡିଆର ଭୂମିକା ରଖାଯାଇଛି । ନୀତି ଆୟୋଗ ଅନୁସାରେ, ବୈଠକରେ ବିକଶିତ ଭାରତର ରୋଡମ୍ୟାପ୍ ପ୍ରସ୍ତୁତ ପାଇଁ ଆଠ ପ୍ରମୁଖ ପ୍ରସଙ୍ଗ ଉପରେ ଫୋକସ କରାଯିବ । ଏଥିରେ ଏମଏସଏମଇ, ଭିତ୍ତିଭୂମି ବା ନିବେଶ, ନିୟମକୁ କମ କରିବା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ପୋଷଣ, କୌଶଳ ବିକାଶ, ଗତ ଶକ୍ତି ଏବଂ ସାମାଜିକ ଭିତ୍ତିଭୂମିର ବିକାଶ ସାମିଲ ରହିଛି ।    

ନୀତି ଆୟୋଗ କହିବା ଅନୁସାରେ ଭାରତ ଦୁନିଆର ପଞ୍ଚମ ବୃହତ ଅର୍ଥନୀତି ଏବଂ ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ । ଏହାସହ ଭାରତ ଆର୍ଥିକ ବିକାଶର ସେହି ମୋଡରେ ରହିଛି, ଯେଉଁଠାରୁ ଆସନ୍ତା ୨୫ ବର୍ଷରେ ତ୍ୱରିତ ବିକାଶର ଲକ୍ଷ୍ୟ ହାସଲ କରିପାରିବ । ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ୮ମ ବୈଠକରେ ୨୦୪୭ ଯାଏ ବିକଶିତ ଭାରତ ପାଇଁ ରୋଡମ୍ୟାପର ପ୍ରସ୍ତୁତ ଅବସର ମିଳିବ । ଯେଉଁଥିରେ କେନ୍ଦ୍ର ଏବଂ ରାଜ୍ୟ ଟିମ୍ ଇଣ୍ଡିଆ ରୂପେ କାମ କରିପାରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.