ଅଗଷ୍ଟ ୨୬ ତାରିଖରେ ଇସ୍ରୋରେ ବୈଜ୍ଞାନିକଙ୍କୁ ଭେଟିବେ ମୋଦି, ଚନ୍ଦ୍ରଯାନ-୩ ସଫଳତାର ପାଳନ କରିବେ ଉତ୍ସବ

Published By : Prameya-News7 Bureau | August 25, 2023 IST

ନୂଆଦିଲ୍ଲୀ ୨୫।୮: ଚନ୍ଦ୍ରରେ ସଫଳତାର ସହ ଚନ୍ଦ୍ରଯାନ-୩ର ଅବତରଣ ନିମନ୍ତେ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ଅଗଷ୍ଟ ଶନିବାର ପୂର୍ବାହ୍ନରେ ବେଙ୍ଗାଲୁରୁ ଗସ୍ତ କରିବେ। ସେ ଇସ୍ରୋ ଟେଲିମେଟ୍ରି ଟ୍ରାକିଙ୍ଗ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟିଆରଏସି) ରେ ଏକ ଘଣ୍ଟା କଟାଇବେ ଓ ବେଙ୍ଗାଲୁରୁ  ମୁଖ୍ୟାଳୟରେ ଜାତୀୟ ଅନ୍ତରୀକ୍ଷ ଏଜେନ୍ସୀର ବୈଜ୍ଞାନିକଙ୍କୁ ସ୍ୱାଗତ କରିବେ।

ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଚନ୍ଦ୍ରରେ ଅବତରଣ କାଳରେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକା ଜୋହନ୍ସବର୍ଗରେ ଥିଲେ। ସେଠାରେ ସେ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ଇସ୍ରୋ ଟିମ୍‌ ସହିତ ସାମିଲ ହୋଇଥିଲେ। ଏହି ଅବସରରେ କର୍ଣ୍ଣାଟକ ବିଜେପି ପକ୍ଷରୁ ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ ବୋଲି   ପାର୍ଟି ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୨ ମିସନରେ ବିକ୍ରମ ଲ୍ୟାଣ୍ଡରର ଯୋଜନାବଦ୍ଧ ଅବତରଣ ଦେଖିବା ଲାଗି ୬ ସେପ୍ଟେମ୍ବର ୨୦୧୯ ରାତିରେ ବେଙ୍ଗାଲୁରୁରେ ଥିଲେ।

wp:html /wp:html

ଅପରପଟେ ଇସ୍ରୋ ଶୁକ୍ରବାର ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନର ଅବତରଣ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ପ୍ରଥମେ ଲ୍ୟାଣ୍ଡର ରୋଭର ନିମନ୍ତେ ରାମ୍ପ ନିୟୋଜିତ କରୁଥିବାର ଦେଖାଯାଇଛି। ଏହାର କିଛି କ୍ଷଣ ପରେ ରୋଭର ପ୍ରଜ୍ଞାନ ରାମ୍ପ ଦେଇ ଚନ୍ଦ୍ରପୃଷ୍ଠକୁ ଓହ୍ଲାଉଥିବାର ଦେଖାଯାଉଛି। ଲ୍ୟାଣ୍ଡରରୁ ରୋଭରର ସରଳ ଅବତରଣ ପାଇଁ ଦୁଇଟି ପର୍ଯ୍ୟାୟରେ ରାମ୍ପ ଲଗାଯାଇଥିଲା ଏହା ଉପର ଦେଇ ରୋଭର ତଳକୁ ଓହ୍ଲାଇଛି। ରୋଭର ଦେହରେ ଶକ୍ତି ଉତ୍ପନ୍ନ କରିବା ପାଇଁ ଏକ ସୋଲାର ପାନେଲ ମଧ୍ୟ ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.