ରାତିଅଧରେ ହଟହଟା ହେଲା ପୋଲିସ, ଗାଡି ସହ ଅଟକାଇ ରଖିଲେ ଗାଁଲୋକେ

Published By : Prameya-News7 Bureau | July 30, 2023 IST

ନିମାପଡ଼ା  ୩୦।୦୭ : ରାତିଅଧରେ ହଟହଟା ହେଲା ପୋଲିସ । ପିପିଲି ପୋଲିସକୁ ଗାଡି ସହ ଅଟକାଇ ରଖିଲେ ଗାଁ ଲୋକେ! ।  ପିପିଲି ଥାନା ଜୟପୁରଶାସନ ଗାଁର ଜଣେ ଯୁବକକୁ ପୋଲିସ ଭ୍ୟାନରେ ବସାଇ ଥାନାକୁ ନେଉଥିବା ବେଳେ ପୋଲିସ ଭ୍ୟାନ୍ କୁ ଦୀର୍ଘ ସମୟ ଧରି ଅଟକ ରଖିଲେ ଗାଁର କିଛି ମହିଳା ଓ ପୁରୁଷ ।

wp:embed {"url":"https://www.prameyanews7.com/badbil-truck-news/","type":"wp-embed","providerNameSlug":"prameya-news-7"}
https://www.prameyanews7.com/badbil-truck-news/
/wp:embed

ଖବର  ଅନୁଯାୟୀ ଧଉଳି ଥାନା ଅଞ୍ଚଳରେ ଏକ ଉଦ୍ ଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ କିଛି ଯୁବକ ସଂପୃକ୍ତ ଥିଲେ । ସେମାନଙ୍କୁ ଧରିବା ପାଇଁ ଧଉଳି ପୋଲିସ ଶନିବାର ରାତିରେ ପିପିଲି ପୋଲିସ ସହାୟତାରେ ଜୟପୁରଶାସନ ଗାଁର ମେଳଣ ପଡିଆ ଠାରେ ଚଢାଉ କରିଥିଲା । ଦୁଇଜଣ ଯୁବକ ଏକ ବାଇକକୁ ଛାଡି ସେଠାରୁ ଫେରାର ହୋଇଯାଇଥିବା ବେଳେ ଗାଁର ଜଣେ ଯୁବକକୁ ପୋଲିସ ଧରିଥିଲା । ପରେ ତାକୁ ଭ୍ୟାନରେ ବସାଇ ଥାନାକୁ ନେବାକୁ ପୋଲିସ ଉଦ୍ୟମ ବେଳେ ଗାଁର କେତେକ ମହିଳା ଓ ପୁରୁଷ ପୁଲିସ ଭ୍ୟାନ୍ କୁ ସେଠାରୁ ଯିବାକୁ ଦେଇନଥିଲେ । ଏହାକୁ ନେଇ ସେଠାରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

wp:embed {"url":"https://www.prameyanews7.com/bus-mishap-in-khalikote/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bus-mishap-in-khalikote/
/wp:embed

ସେପଟେ ଖବର ପାଇ ପିପିଲି ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ ଅନ୍ୟ ପୋଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ଯୁବକ ସମେତ ଜବତ ବାଇକକୁ ଧଉଳି ପୋଲିସ ସାଥିରେ ନେଇଥିବା ସୂଚନା ମିଳିଛି ।

wp:embed {"url":"https://www.prameyanews7.com/2024-t-20-cricket-world-cup-preparation-team-india-will-play-19-matches/","type":"wp-embed","providerNameSlug":"prameya-news-7"}
https://www.prameyanews7.com/2024-t-20-cricket-world-cup-preparation-team-india-will-play-19-matches/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.