ଉଲ୍ଲେଖନୀୟ ସେବା ଓ ବିଶିଷ୍ଟ ସେବା ପାଇଁ ଓଡିଶାର ୧୩ ଜଣ ପାଇବେ ପୋଲିସ ମେଡାଲ

Published By : Prameya-News7 Bureau | August 14, 2024 IST

ଭୁବନେଶ୍ବର ୧୪: ଓଡିଶାର ପୋଲିସ ଅଫିସରଙ୍କୁ ମିଳିବ ମେଡାଲ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଉଲ୍ଲେଖନୀୟ ସେବା ଓ ବିଶିଷ୍ଟ ସେବା ପାଇଁ ମେଡାଲ ଘୋଷଣା କରାଯାଇଛି । ସ୍ବାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି । ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ । 

ଉଲ୍ଲେଖନୀୟ ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଏଡିଜି ସୁରେଶ ଦେବଦତ୍ତ ସିଂ, ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ମିଳିବ ମେଡାଲ । ବିଶିଷ୍ଟ ସେବା ପାଇଁ ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାୟକ, ଡିଏସପି ସନତ କୁମାର ନାଥଶର୍ମା, ଡିଏସପି କବିତା ସାହୁ, କନଷ୍ଟେବଳ ପ୍ରମୋଦ କୁମାର ମହାନ୍ତ, ସବଇନ୍ସପେକ୍ଟର ପ୍ରଦ୍ଯୁମ୍ନ କୁମାର ନନ୍ଦ, ଆସିଷ୍ଟାଣ୍ଟ ସବଇନସ୍ପପେକ୍ଟର ବାବୁଲା ସାମଲ, କନେଷ୍ଟବଳ ସଂଯୁକ୍ତା ପଟ୍ଟନାୟକ, କନେଷ୍ଟବଳ ହରିବନ୍ଧୁ ଭତ୍ରା, ହାବିଲଦାର ତୋଫାନ ବେହେରା, ପ୍ରାଣକ୍ରିଷ୍ଣା ଲେଙ୍କା, ସୁରେଶ ଚନ୍ଦ୍ର ରାଉତଙ୍କୁ ମିଳିବ ମେଡାଲ ।

ଅଗ୍ନିସେବା ଲାଗି ଓଡ଼ିଶାର ୨ ଜଣଙ୍କୁ ଏମଏସଏମ ମିଳିବ । ହୋମଗାର୍ଡ ଓ ସିଭିଲ ଡିଫେନ୍ସର ୨ ଜଣଙ୍କୁ ପିଏସଏମ, ହୋମଗାର୍ଡ ଓ ସିଭିଲ ଡିଫେନ୍ସର ୨ ଜଣଙ୍କୁ ଏମଏସଏମ, କରେକସନାଲ ସର୍ଭିସ ଲାଗି ଓଡ଼ିଶାର ଜଣଙ୍କୁ ଏମଏସଏମ ମିଳିବ।

You Can Read:

ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ବାଡ଼ିରେ ଝୁଲଣ ପ୍ରସ୍ତୁତି ଆରମ୍ଭ, ୭ଦିନ ଧରି ଚାଲିବ ଯାତ୍ରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.