ପୁରୀ ୧୪।୮: ଆଜିଠାରୁ ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ। ଏହି ଯାତ୍ରା ସାତଦିନ ଧରି ଚାଲିବ। ତେବେ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝୁଲଣ କୁଞ୍ଜକୁ ବିଜେ କରିବେ। ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନମୋହନ ପ୍ରାବୃଟ ରାସ କରିବେ। ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ। କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତ ଥିବା ମଠ ମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିବ। ପ୍ରାୟତଃ ଏକ ମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣ କରିଥାନ୍ତି। କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ମଧ୍ୟ ବ୍ୟବହାର କରାଯାଇଥାଏ। ଏହି କୁଞ୍ଜରେ ଦେବାଦେବୀଙ୍କ ସହ ସକ୍ଷୀ, ପଶୁପକ୍ଷୀ ତଥା ବିଭିନ୍ନ ଗଛଲତା ଏବଂ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ।
You Can Read:
ଚୋରି କରି ଟ୍ରକ୍ରେ ଜିନିଷ ନେଇ ଫେରାର ମାରୁଥିଲେ ଡକାୟତ, ଲୋକଙ୍କ ମାଡ଼ରେ ୬ ଗୁରୁତର