ବଜାରରେ ୩୫ରୁ ୪୦ଟଙ୍କାରେ ଆଳୁ ମିଳୁଛି, ୭୦ ଟଙ୍କା କଥା ମିଛ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | December 03, 2024 IST

ଭୁବନେଶ୍ବର ୩।୧୨: ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ମୁଲତବୀ ଆଲୋଚନା ଶେଷରେ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଆଳୁ ଦର ସାମାନ୍ୟ ବଢ଼ିଛି । ସୋମବାର ୩୦୦ ଟ୍ରକ୍ ଆଳୁ ଆସିଛି । ରାଜ୍ୟ ଖାଦ୍ୟ ଯୋଗାଣ ସଚିବ ପଶ୍ଚିମବଙ୍ଗ ସଚିବଙ୍କ ସହ କଥା ହୋଇଛନ୍ତି । ସେମାନେ ଆଳୁ ଦେବାକୁ ଅନୁମତି ଦେବେ । ପଶ୍ଚିମବଙ୍ଗରେ ୯ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଅଛି । ତାଙ୍କର ୫ ଲକ୍ଷ ଆବଶ୍ୟକ । କିନ୍ତୁ କେଉଁ ପରିସ୍ଥିତିରେ ପଡି ପଶ୍ଚିମବଙ୍ଗ ସରକାର ଏଭଳି ନିଷ୍ପତ୍ତି ନେଲେ ଜଣାନାହିଁ । ବର୍ତ୍ତମାନ ଚାଷୀ ଆନ୍ଦୋଳନ କରୁଛନ୍ତି । ସେମାନେ ପୁଣି ଆଳୁ ଦେବାକୁ ନିଷ୍ପତ୍ତି ନେବେ । ବର୍ତ୍ତମାନ ବଜାରରେ ୩୫-୪୦ ଟଙ୍କାରେ ଆଳୁ ମିଳୁଛି । ୭୦ ଟଙ୍କା କଥା ମିଛ । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ଆଳୁ ଅଛି । ଯାହା ଆବଶ୍ୟକ ଉତ୍ତର ପ୍ରଦେଶରୁ ଆସୁଛି । ଭୟଭୀତ ସ୍ଥିତି ସୃଷ୍ଟି କରାନଯାଉ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟକୁ ଆତ୍ମ ନିର୍ଭର ନକରି ସବୁଥିରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଆଜିର ଦର ବୃଦ୍ଧି ପାଇଁ ପୂର୍ବ ସରକାର ଦାୟୀ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଥିଲେ ବିରୋଧୀ ସଦସ୍ୟ ।

You Can Read:

ମଶା ତେଲ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଝାରସୁଗୁଡା ପୌର ପରିଷଦରେ ଭିଜିଲାନ୍ସର ତନାଘନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.