ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦୁଇ କିଲୋମିଟର ଚାଲି ଚାଲି ଗଲେ ଗର୍ଭବତୀ

Published By : Prameya-News7 Bureau | June 22, 2024 IST

ଉମରକୋଟ ୨୨।୬: ରାସ୍ତା ନଥିବାରୁ ଦୀର୍ଘ ଦୁଇ କିଲୋମିଟର ଜମି ହୁଡ଼ା ଦେଇ ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଁଚିଲେ ଜଣେ ଗର୍ଭବତୀ ଏବଂ ଜଣେ ପ୍ରସୂତୀ ମହିଳା । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଲିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୂଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ରଣ୍ଢାସାହି ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ରଣ୍ଢାସାହି ଗ୍ରାମର ଦେବ ସାନ୍ତାଙ୍କ ସ୍ତ୍ରୀ ନନ୍ଦାଇ ସାନ୍ତା ଏବଂ ବଳିସାନ୍ତାଙ୍କ ସ୍ତ୍ରୀ ଗୁରୁବାରୀ ସାନ୍ତାଙ୍କର ଶନିବାର ସକାଳୁ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବା ହେତୁ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଦୁଇ ଗର୍ଭବତୀ ମଧ୍ୟରୁ ନନ୍ଦାଇ ସାନ୍ତା ନିଜ ଗୃହରେ ହିଁ ପ୍ରସବ ହୋଇଯାଇଥିଲେ । ଆମ୍ବୁଲାନ୍ସ ଯେହେତୁ ଗାଁରେ ପହଞ୍ଚି ପାରିନଥିଲା ତେଣୁ ଜମି ହୁଡ଼ା ଦେଇ ଚାଲି ଚାଲି ଜଣେ ପ୍ରସୂତୀ ଏବଂ ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା, ସେଠାରୁ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଗଲା । ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହୁଛନ୍ତି ।

You Can Read :

ତମାଣ୍ଡୋ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ : ସର୍ଟଟେମ୍ପର ଗୁଣ ଓ ମଦ ନିଶା ନେଲା ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.