୧୫ ଦିନ ହେବ ନିଦ ହଜାଇ ଦେଇଥିଲା, ଶେଷରେ ଯନ୍ତାରେ ପଡିଲା ଭାଲୁ

Published By : Prameya-News7 Bureau | September 03, 2024 IST

ନବରଙ୍ଗପୁର ୩।୯: ଯନ୍ତାରେ ପଡିଲା ଭାଲୁ । ଦୀର୍ଘ ୧୫ ଦିନ ହେବ ବନ ବିଭାଗ ଓ ଗ୍ରାମବାସୀଙ୍କ ନିଦ ହଜାଇ ଥିବା ଭାଲୁ ଶେଷରେ ଧରାପଡିଛି ବନବିଭାଗର ଯନ୍ତାରେ l ବନ ବିଭାଗ ଭାଲୁକୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ବୋଲି ସୂଚନା ମିଳିଛି  l ଅନ୍ୟପଟେ ଗାଁରୁ ଭାଲୁ ଯିବା ପରେ ଗ୍ରାମବାସୀ ଖୁସି ହୋଇଛନ୍ତି l 

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ପ୍ରାୟ ୧୫ ଦିନ ହେବ ଏକ ଭାଲୁ ପଶିଆସିଥିଲା । ଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ପାଚେରୀକୁ ଲାଗିକି ଥିବା ମକା ବାଡ଼ରେ ରହୁଥିଲା l ଖାଦ୍ୟ ଅନ୍ୱେଷଣ ପାଇଁ ବାହାରକୁ ବାହାରି ଏଣେ ତେଣେ ବୁଲିବା ସହ ଗାଁ ଭିତରକୁ ପଶିଆସି ଖାଦ୍ୟ ଖାଇ ବିଚରଣ କରୁଥିଲା  l ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହେବା ସହ କେତେବେଳେ କିଛି ଅଘଟଣ ଘଟିବାର ଆଶଙ୍କା ମଧ୍ୟ କରୁଥିଲେ  l ସେହିଭଳି ଭାଲୁଟି ଆଶ୍ରମ ବିଦ୍ୟାଳୟ ପାଚେରୀକୁ ଲାଗି ରହିଥିବା ମକା ବାଡ଼ରେ ରହୁଥିବାରୁ ବିଦ୍ୟାଳୟ ଭିତରକୁ ପଶି ଆସିବାର ଆଶଙ୍କା କରି ଛାତ୍ରଛାତ୍ରୀ ମଧ୍ୟ ଭୟଭୀତ ହେଉଥିଲେ l ଏପରିକି ଗ୍ରାମବାସୀ ଚାଷକରିବାକୁ ଜମିକୁ ମଧ୍ୟ ଯାଉଥିଲେ l ତେଣୁ, ସେମାନେ ତୁରନ୍ତ ଭାଲୁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନ ବିଭାଗ ନିକଟରେ ଦାବି କରିଥିଲେ l 

ଅନ୍ୟପଟେ ବନ ବିଭାଗର କର୍ମଚାରୀ ଦିନରାତି ସେଠାରେ ରହି ଭାଲୁର ଗତିବିଧିକୁ ତୀକ୍ଷ୍ଣଣ ନଜର ରଖିଥିଲେ ମଧ୍ୟ ଭାଲୁକୁ କାବୁ କରିପାରୁନଥିଲେ l ଯାହାକୁ ନେଇଁ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଉକ୍ତ ଭାଲୁକୁ କାବୁ କରିବା ପାଇଁ  ରାପିଡ଼ ରେସ୍ପନ୍ସ ଟିମ୍‌   ସେଠାକୁ ପଠାଇଥିଲେ l ଆରଆରଟି ଟିମ୍ ଭାଲୁ ରହିଥିବା ମକା ବାଡ଼ରେ ଜନ୍ତା ଲଗାଇ ଭିତରେ ମହୁଲ, ମହୁ ଓ ବିଭିନ୍ନ ବାସ୍ନା ଯୁକ୍ତ ଖାଦ୍ୟ ରଖି ଜଗି ବସିଥିଲେ l ବିଳମ୍ବିତ ରାତିରେ ଖାଦ୍ୟ ଖାଇବାକୁ ଆସି ଭାଲୁଟି ଯନ୍ତା ଭିତରେ ପଡିଯାଇଥିଲା l ବନ ବିଭାଗ ତୁରନ୍ତ ଭାଲୁକୁ କାବୁ କରି ଏକ ସୁରକ୍ଷିତ ସ୍ଥାନକୁ ନେବା ସହ ତାର ସ୍ୱାସ୍ଥ୍ୟ ପରୀକ୍ଷା କଲା ପରେ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ମିଳିଛି  l 

You Can Read:

ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.