ତମାଣ୍ଡୋ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ : ସର୍ଟଟେମ୍ପର ଗୁଣ ଓ ମଦ ନିଶା ନେଲା ଜୀବନ

Published By : Prameya-News7 Bureau | June 22, 2024 IST

ଭୁବନେଶ୍ବର ୨୨।୬: ଭୁବନେଶ୍ବର ତମାଣ୍ଡୋ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସର୍ଟଟେମ୍ପର ଗୁଣ ଓ ମଦ ନିଶା ପାଇଁ ହୋଇଥିଲା ଛାତି ଥରାଇ ଦେବାଭଳି ହତ୍ୟାକାଣ୍ଡ । ଅଭିଯୁକ୍ତର ନାଁ ରଞ୍ଜନ ଦୀପ । ବୌଦ୍ଧ ଜିଲ୍ଲାରେ ତାଙ୍କ ଘର । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ତମାଣ୍ଡୋ ଥାନା ଅନ୍ତର୍ଗତ ରେତଙ୍ଗ ରୋଡର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିଥିଲା । ମୃତ ବ୍ୟକ୍ତି ହେଲେ ଖୋର୍ଦ୍ଧା ଅଞ୍ଚଳର ସୁଶାନ୍ତ ଶତପଥୀ । ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ କରିଥିଲା । ଅଭିଯୁକ୍ତ ରଞ୍ଜନ ଓ ସୁଶାନ୍ତ ଏକାଠି ଭଡ଼ା ଘରେ ରହୁଥିଲେ । ସୁଶାନ୍ତ ରୋଷେୟା ଭାବେ କାମ କରୁଥିବା ବେଳେ ରଞ୍ଜନ ମିସ୍ତ୍ରୀ ଭାବେ କାମ କରନ୍ତି । ଗୁରୁବାର ରାତିରେ ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ । ସୁଶାନ୍ତ ଅଧିକାଂଶ ସମୟରେ ରଞ୍ଜନଙ୍କୁ ମାନସିକ ଓ ଶାରୀରିକ ଅତ୍ୟାଚାର କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ସୁଶାନ୍ତଙ୍କୁ ରଞ୍ଜନ ଲୁହା ରଡ୍‌ରେ ନିସ୍ତୁକ ମାଡ଼ ମାରିଥିଲା । ଏଥିରେ ସେ ରକ୍ତାକ୍ତ ହୋଇଥିଲେ ।‌ ସୁଶାନ୍ତଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ଜଣଙ୍କ ନାଁରେ ପୂର୍ବରୁ ୩ଟି ସଙ୍ଗୀନ ଅଭିଯୋଗ ରହିଛି । ୨୦୧୯ ମସିହାରେ ବୌଦ୍ଧ ପୁରୁଣା କଟକ ଥାନାରେ ଅଭିଯୁକ୍ତ ନାଁରେ ଦୁଷ୍କର୍ମ ଓ ହତ୍ୟା, ୨୦୧୬ ମସିହାରେ ବାପାଙ୍କୁ ଶାରୀରିକ ଅତ୍ୟାଚାର ଓ ୨୦୧୦ ମସିହାରେ ଅପହରଣ ଭଳି ସାଙ୍ଘାତିକ ଅପରାଧ ସେ ଘଟାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି । 

You Can Read :


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.