ଜେଲ୍‌ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ

Published By : Prameya-News7 Bureau | October 10, 2024 IST

କୋରାପୁଟ ୧୦।୧୦ : ଜେଲ୍‌ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଏକ ହତ୍ୟା ଅଭିଯୋଗରେ ଆଜୀବନ ଜେଲ୍‌ ଦଣ୍ଡ ଭୋଗୁଥିବା  ୭୯ ବର୍ଷୀୟ କଏଦୀ ନାଙ୍ଗା ମାଡିଙ୍କର ମୃତ୍ୟୁ ହୋଇଯାଇଛି । କୋରାପୁଟ ମଣ୍ଡଳ କାରାଗାରରେ କଏଦୀଙ୍କ ମୃତ୍ୟୁ ହୋଇଛି ।  

ଖବର ଅନୁଯାୟୀ, ନାଙ୍ଗା ମାଡି ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତି ହୋଇ ୨୦୦୪ରୁ କୋରାପୁଟ ମଣ୍ଡଳ କାରାଗାରରେ ଆଜୀବନ ଜେଲ୍‌ ଦଣ୍ଡ ଭୋଗୁଥିଲେ । ବୁଧବାର ଅପରାହ୍ନ ସମୟରେ ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ଯାହାପରେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ମୃତ୍ୟୁ ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.