ଗୁଜରାଟର ମେହସାଣରେ ଅଘଟଣ; ଘରୋଇ କମ୍ପାନିର ପାଚେରୀ ଭୁଶୁଡି ୫ ମୃତ !

Published By : Prameya-News7 Bureau | October 12, 2024 IST

ଗାନ୍ଧିନଗର: ଗୁଜରାଟର ମେହସାଣ ଜିଲ୍ଲାରେ ଅଘଟଣ । ଏକ ଘରୋଇ କମ୍ପାନିର ପାଚେରୀ ଭୁଶୁଡି ପଡ଼ିଛି ।  କାଦି ତାଲୁକା ଜାସଲପୁର ଗାଁରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ପାଚେରୀ ତଳେ ଚାପି ରହିଖିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ମଧ୍ୟ ପହଞ୍ଚିଛି । ଖବର ମିଳିବା ପରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କିଛି ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ଅପଡେଟ୍ ଜାରି ରହିଛି।...  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.