ଚନ୍ଦ୍ରଯାନ-୩କୁ ବଡ଼ ସଫଳତା, ସ୍ପେସ୍‌କ୍ରାଫ୍ଟରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

Published By : Prameya-News7 Bureau | August 17, 2023 IST

ବେଙ୍ଗାଳୁରୁ: ଇସ୍ରୋର ଆଉ ଏକ ଅଗ୍ନିପରୀକ୍ଷା ଶେଷ । ଚନ୍ଦ୍ରଯାନ-୩ରୁ ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ । ଲ୍ୟାଣ୍ଡର ବିକ୍ରମ ଏବଂ  ପ୍ରପଲସନ ମଡ୍ୟୁଲ ପରସ୍ପରଠାରୁ ଅଲଗା ହୋଇଛନ୍ତି । ୩୪ ଦିନ ଏକାଠି ମହାକାଶ ଯାତ୍ରା ପରେ ଲ୍ୟାଣ୍ଡର ଏବଂ ମଡ୍ୟୁଲ ଅଲଗା ହୋଇଛନ୍ତି । ଏହାପରେ ରୋଭର ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବିକ୍ରମ । ପ୍ରପଲସନ୍ ମଡ୍ୟୁଲ୍ ଚନ୍ଦ୍ର କକ୍ଷପଥରେ ଘୂର୍ଣ୍ଣନ କରିବ । ଆସନ୍ତା ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।

wp:html /wp:html wp:html /wp:html

ମିଶନ ମୁନରେ ଗୋଟିଏ ପରେ ଗୋଟିଏ ସଫଳତାର ପହାଚ ଚଢୁଛି ଇସ୍ରୋ । ଦୀର୍ଘ ୩୪ ଦିନ ଯାତ୍ରାରେ ପରେ ମଡ୍ୟୁଲକୁ ଲ୍ୟାଣ୍ଡର ଠାରୁ ଅଲଗା ହୋଇଛି । ସ୍ପେସ୍‌କ୍ରଫ୍ଟ ଚନ୍ଦ୍ର ଚାରିପାଖେ ଗୋଲାକାର ପଥରେ ଘୁରୁଛି । ଲ୍ୟାଣ୍ଡର ଅଲଗା ହେବା ପରେ ଏହା ଜହ୍ନର ଆହୁରି ନିକଟତର ହୋଇଛି । ଚନ୍ଦ୍ରଯାନ ଚନ୍ଦ୍ରଠାରୁ ୧୫୩ କିଲୋମିଟର ଉଚ୍ଚରେ ଘୁରୁଛି । ଏହାକୁ ୧୦୦ କିଲୋମିଟର ପରିଧି ଭିତରକୁ ନେବା ପରେ ୨୩ ତାରିଖ ସଂଧ୍ୟା ପ୍ରାୟ ୫ଟା ୪୫ମିନିଟ୍ ରେ ଦକ୍ଷିଣମେରୁରେ ସଫ୍ଟ ଲାଣ୍ଡିଂ କରାଯିବ । ଅନ୍ୟପଟେ ଲାଣ୍ଡରଠାରୁ ପୃଥକ ହେବା ପରେ ପ୍ରପଲସନ୍ ମଡ୍ୟୁଲ ଚନ୍ଦ୍ରର କକ୍ଷରେ ରହି ପୃଥିବୀରୁ ଆସୁଥିବା ବିକିରଣର ଅଧ୍ୟୟନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.