ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ଫେରିବା ପରେ କଂଗ୍ରେସ ମୁଖ୍ୟାଳୟରେ ନାଚ ଗୀତରେ ଝୁମିଲେ କର୍ମୀ, ଖୁସିରେ ମିଠାଇ ଖୁଆଇଲେ କଂଗ୍ରେସ ସଭାପତି

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ୱୟନଡ଼ ସଂସଦ ରାହୁଲ ଗାନ୍ଧୀ ପୁଣିଥରେ ସଂସଦ ସଦସ୍ୟତା ଫେରି ପାଇଛନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ରାହୁଲ ପୁଣିଥରେ ସସଦଙ୍କୁ ଫେରିଛନ୍ତି। ଆଉ ମୋଦୀ ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବାକୁ ପ୍ରସ୍ତୁତି ହେଉଛନ୍ତି।

ମୋଦୀ ସାଙ୍ଗିଆକୁ ନେଇ ମାନହାନୀ ମାମଲାରେ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ଗୁଜରାଟ କୋର୍ଟ। ହେଲେ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କୁ ନିସ୍ତାର ମିଳିବ ପରେ ଆଜି ତାଙ୍କର ସଦସ୍ୟତା ପଦ ଫେରିଛି। ଯାହାକୁ ନେଇ କଂଗ୍ରେସ ଓ ବିରୋଧୀ ଦଳଙ୍କ ମଧ୍ୟରେ ଖୁସୀର ମାହୋଲ ଦେଖିବାକୁ ମିଳିଛି। ପରସ୍ପରକୁ ମିଠାଇ ଖୁଆଇ ଅଭିନନ୍ଦନ ଜଣାଉଛନ୍ତି।

wp:embed {"url":"https://twitter.com/ANI/status/1688438207174868992?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1688438207174868992?s=20
/wp:embed

ସଂସଦର ସଚିବାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବାର ତୁରନ୍ତ ପରେ କଂଗ୍ରେସର ଦିଲ୍ଲୀ ମୁଖ୍ୟାଳୟରେ ଖୁସୀର ଉତ୍ସବ ପାଳନ କରାଯାଇଥିଲା। କର୍ମୀମାନେ ରାହୁଲଙ୍କ ସମର୍ଥନରେ ସ୍ଲୋଗାନ ଦେଇ ନୃତ୍ୟ ଗୀତରେ ଖୁସିରେ ଝୂମିଥିଲେ। ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦଳୀୟ ନେତାଙ୍କ ସମେତ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳର ନେତାଙ୍କୁ ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି। କଂଗ୍ରେସ ଏହାକୁ ସତ୍ୟର ଜୟ ହୋଇଛି ବୋଲି କହିଛି।  

ଅନ୍ୟପଟେ ସଦସ୍ୟତା ପାଇବା ପରେ ସଂସଦରେ ପହଞ୍ଚିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ପ୍ରବେଶ ପରେ ବିରୋଧୀ ଦଳର ସାଂସଦମାନେ ତାଙ୍କୁ ବଡ଼ ଆଡ଼ମ୍ବରରେ ସ୍ୱାଗତ କରିଥିଲେ। ରାହୁଲ ସଂସଦରେ ପରିସରରେ ପ୍ରବେଶ କରିବା ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରାଦ୍ଧାଞ୍ଜଳି ଅର୍ପଣ କରିଥିଲେ।

wp:embed {"url":"https://twitter.com/ANI/status/1688437473498783744?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1688437473498783744?s=20
/wp:embed

ଏହା ପୂର୍ବରୁ ସଦସ୍ୟତା ଫଦ ଫେରାଇବାକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଦୋଷୀ ସାବ୍ୟସ୍ତ ବେଳେ ସଦସ୍ୟ ପଦ ରଦ୍ଦ ପାଇଁ ଯେତେ ତତ୍ପରତା ଦେଖାଇଥିଲେ ସଦସ୍ୟପଦ ଫେରାଇବାକୁ ଏତେ ସମୟ ଲାଗୁଛି କାହିଁକି ବୋଲି ଅନେକ ବିରୋଧୀ ନେତା ପ୍ରଶ୍ନ କରିଥିଲେ। ଏହାପରେ ରାହୁଲଙ୍କ ସଦସ୍ୟତା ଫେରିଛି। ସଦ୍ୟତା ଫେରି ପାରିବା ପରେ ରାହୁଲ ତାଙ୍କ ଟ୍ୱିଟର ବାୟୋରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ସଦସ୍ୟପଦ ଯିବା ପରେ ରିଜେକ୍ଟଡ୍ ସାଂସଦ ବୋଲି ଲେଖିଥିଲେ। ଏବେ ଏଥିରେ ପବର୍ତ୍ତନ କରି ସାଂସଦ ବୋଲି ଲେଖିଛନ୍ତି ରାହୁଲ।

wp:embed {"url":"https://twitter.com/kharge/status/1688417638613938176?s=20","type":"rich","providerNameSlug":"twitter","responsive":true}
https://twitter.com/kharge/status/1688417638613938176?s=20
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.