ରାହୁଲ ଗାନ୍ଧି କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ; 'ଇଣ୍ଡିଆ' ମେଣ୍ଟର ମୁମ୍ବାଇ ମିଟିଂ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

Published By : Prameya-News7 Bureau | August 27, 2023 IST

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ 'ଇଣ୍ଡିଆ' ବିରୋଧୀ ମେଣ୍ଟର ତୃତୀୟ ବୈଠକ ବସିବ । ଏନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି । ଆସନ୍ତା ୨୦୨୪ ନିର୍ବାଚନରେ ବିଜେପିକୁ ଚେକ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିବେ ବିରୋଧୀ । ହେଲେ ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ଼ ବୟାନ ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କୁହାଯାଇଛି । ଇଣ୍ଡିଆ ଟୁଡେ’କୁ ସାକ୍ଷାତକାର ଦେଇ ଗେହଲଟ କହିଛନ୍ତି, ରାହୁଲ ଗାନ୍ଧି କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ।

wp:embed {"url":"https://www.prameyanews7.com/gun-incident-at-samastipur-court-two-accused-injured/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gun-incident-at-samastipur-court-two-accused-injured/
/wp:embed

ଅଶୋକ ଗେହଲଟ୍ ଆହୁରି ମଧ୍ୟ କହିଛନ୍ତି, ପିଏମ୍ ମୋଦିଙ୍କୁ ଅହଙ୍କାର ହେବାକଥା ନୁହେଁ । କାରଣ ୨୦୧୪ରେରେ ବିଜେପି କେବଳ ୩୧ ପ୍ରତିଶତ ସହିତ ଶାସନକୁ ଆସିଥିଲା ।  ବାକି ୬୯ ପ୍ରତିଶତ ଭୋଟ୍ ବିଜେପି ବିରୋଧରେ ଯାଇଥିଲା ବୋଲି କହିଛନ୍ତି । ଗତ ବେଙ୍ଗାଳୁରୁ ଇଣ୍ଡିଆ ମେଣ୍ଟ ବୈଠକକୁ ଦେଖି ଏନଡିଏ ମଧ୍ୟରେ ଭୟ ଜଗ୍ରତ ହୋଇଛି । ଏହାଛଡ଼ା ସେ କହିଛନ୍ତି, ୨୦୨୪ ନିର୍ବାଚନରେ ଏନଡିଏ ମେଣ୍ଟ କଦାପି ୫୦ ପ୍ରତିଶତ ଭୋଟ ହାସଲ କରିପାରିବ ନାହିଁ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟା ଶୀର୍ଷରେ ଥିବା ସେତେବେଳେ  ସେ ଏହା କରି ଦେଖାଇ ପାରିଥାନ୍ତେ । ହେଲେ ଏବେ ତାଙ୍କର ଭୋଟ ସେୟାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ତେଣୁ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ କିଏ ପ୍ରଧାନମନ୍ତ୍ରୀ ହେବ କହିବ ବୋଲି ଗେହଲଟ ସାକ୍ଷାତକାରରେ କହିଛନ୍ତି ।

wp:embed {"url":"https://www.prameyanews7.com/aap-leader-satyendar-jain-wants-swimming-pool-in-tihar-jail/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aap-leader-satyendar-jain-wants-swimming-pool-in-tihar-jail/
/wp:embed

ଏହାଛଡ଼ା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂର ଶ୍ରେୟ ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ଏବଂ ଇନ୍ଦିରା ଗାନ୍ଧିଙ୍କୁ ଦେଇଛନ୍ତି । ଚନ୍ଦ୍ରଯାନ-୩ ସଫଳତା ପଛରେ ନେହେରୁଙ୍କ ବିଶେଷ ଯୋଗଦାନ ରହିଛି । ଇନ୍ଦିରା ଗାନ୍ଧିଙ୍କ ପରିଶ୍ରମର ଫଳ ବୋଲି ଗେହଲଟ କହିଛନ୍ତି । ଇସ୍ରୋ ପ୍ରତିଷ୍ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅବଦାନ ରହିଛି । ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ଦାବିକୁ ବିଶେଷ ଧ୍ୟାନରେ ଇସ୍ରୋ ସ୍ଥାପନା ପାଇଁ ହାତ ବଢ଼ାଇଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.