ନୂଆଦିଲ୍ଲୀ: ଆଜି ଠାରୁ ଦୁଇ ଦିନିଆ ଓ୍ବାଏନାଡ୍ ଗସ୍ତରେ ରାହୁଲ ଗାନ୍ଧି । ସଂସଦ ପଦ ଫେରି ପାଇବା ପରେ ରାହୁଲଙ୍କର ଏହା ପ୍ରଥମ ସଂସଦୀୟ କ୍ଷେତ୍ର ଗସ୍ତ । ସେଠାରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ସଂସଦ ପଦ ଯିବା ପରେ ୧୦ ଏପ୍ରିଲରେ ଓ୍ବାଏନାଡ୍ ଯାଇଥିଲେ ।
wp:embed {"url":"https://www.prameyanews7.com/hate-speech-not-acceptable-form-committee-to-prevent-it-says-supreme-court-to-center/","type":"wp-embed","providerNameSlug":"prameya-news-7"} /wp:embedମୋଦି ସାଙ୍ଗିଆ ମାନହାନୀ ଅପରାଧିକ ମାମଲାରେ ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି ମିଳିଛି । ସିଜେଆଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ଶୁଣାଣି କରି ଗୁଜରାଟ ନିମ୍ନ ଅଦାଲତଙ୍କ ଜେଲ୍ ଦଣ୍ଡାଦେଶ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ । ଏହା ପରେ ଲୋକସଭା ସଚିବାଳୟ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ଫେରାଇ ଦିଆଯାଇଛି । ଏହାକୁ ନେଇ ଓ୍ବାଏନାଡ ସଂସଦୀୟ କ୍ଷେତ୍ରରେ ଖୁସିର ମାହୋଲ ଖେଳିଯାଇଛି । ରାହୁଲ ଗାନ୍ଧି କେବଳ ତାଙ୍କର ସାଂସଦ ନଥିଲେ, ତାଙ୍କ ପରିବାରର ସଦସ୍ୟ ବୋଲି କହିବା ସହିତ ଲୋକସଭାରେ ତାଙ୍କର ସ୍ବର ବୋଲି ଲୋକେ କହିଛନ୍ତି ।
୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବୟାନ ପରେ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ମାର୍ଚ୍ଚ ୨୩ ତାରିଖରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ସୁରଟ ସିଜେଏମ କୋର୍ଟ । ଗୁଜରାଟ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟ କାଏମ ରଖିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ ଗାନ୍ଧି । କୋର୍ଟ ମାମଲାର ଶୁଣାଣି କରି ସଜା ଉପରେ ରୋକ୍ ଲାଗାଇଥିଲେ । ଏବେ ଦୁଇ ଦିନିଆ ଓ୍ବାଏନାଡ ଗସ୍ତରେ ରହିଛନ୍ତି ରାହୁଲ ଗାନ୍ଧି ।