ଏବେ ଟି-ସାର୍ଟ ନୁହେଁ ଜ୍ୟାକେଟ୍‌ରେ ରାହୁଲ...ଭାରତ ଯୋଡୋ ଯାତ୍ରାରେ ପ୍ରଥମ ଥର ବଦଳାଇଲେ ପୋଷାକ

Published By : Prameya-News7 Bureau | January 20, 2023 IST

କଠୁଆ ୨୦।୧: ରାହୁଲ ଗାନ୍ଧିଙ୍କୁ ପ୍ରଥମ ଥର ଭାରତ ଯୋଡୋ ଯାତ୍ରାରେ ଜ୍ୟାକେଟ୍‌ ପିନ୍ଧିଥିବାର ଦେଖାଯାଇଛି। ଏ ପର୍ଯ୍ୟନ୍ତ ଯାତ୍ରାରେ ରାହୁଲ କେବଳ ଟି- ସାର୍ଟ ଓ ସାଧା ପ୍ୟାଣ୍ଟ ପିନ୍ଧି ଚାଲୁଥିବାର ଦେଖାଯାଉଥିଲା। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ଅନେକ ବାର ନେତାମାନେ ରାହୁଲଙ୍କୁ ପଡୁଥିବା ଥଣ୍ଡାକୁ ନେଇ ଉଷୁମା ପୋଷାକ ପିନ୍ଧିବାକୁ ପରାମର୍ଶ ଦେଉଥିଲେ। ତେବେ ରାହୁଲ ଥଣ୍ଡା ଲାଗୁ ନଥିବା କହି ନେତାଙ୍କ ପରାମର୍ଶ ଟାଳି ଯାଉଥିଲେ। ତେବେ ଗୁରୁବାର ସନ୍ଧ୍ୟାରେ ଲଖନପୁର ଦେଇ ମଶାଲ ଶୋଭାଯାତ୍ରାରେ ଜମ୍ମୁ-କାଶ୍ମୀରକୁ ପ୍ରବେଶ କାଳରେ ରାହୁଲ ପ୍ରଥମ ଥର ଜ୍ୟାକେଟ୍ ପିନ୍ଧିଥିବାର ଦେଖାଯାଇଥିଲା।

{"id":735400,"width":840,"height":840,"sizeSlug":"full","linkDestination":"none"}

ରାହୁଲଙ୍କ ଜ୍ୟାକେଟ୍‌ ପିନ୍ଧାକୁ ନେଇ ସୋସିଆଲ ମିଡିଆରେ ଏବେ କମେଣ୍ଟର ବନ୍ୟା ଆସିଛି। ଅନେକ ଏବେ ଟି-ସାର୍ଟ ନୁହେଁ ଭାଇ ଜ୍ୟାକେଟ୍‌ ବୋଲି ଉଲ୍ଲେଖ କରୁଛନ୍ତି। କଂଗ୍ରେସର ଭାରତ ଯୋଡୋ ଯାତ୍ରାର ୧୨୫ତମ ଦିନ ଜମ୍ମୁ-କାଶ୍ମୀରର କଠୁଆରୁ ଆରମ୍ଭ ହୋଇଛି। ଏହି ଯାତ୍ରାରେ ରାହୁଲଙ୍କ ସହ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଚାଲୁଛନ୍ତି। ଭାରତ ଯୋଡୋ ଯାତ୍ରା ଜମ୍ମୁ-କାଶ୍ମୀରରେ ଉଦଯାପିତ ହେବ। ତେବେ ଏଠାରେ ଏବ ପଡୁଥିବା ଥଣ୍ଡା ଯୋଗୁ ରାହୁଲ ଟି-ସାର୍ଟ ବଦଳେ ଜ୍ୟାକେଟ୍‌ ପିନ୍ଧିଛନ୍ତି।

{"id":735401,"width":840,"height":840,"sizeSlug":"full","linkDestination":"none"}

ରାହୁଲ କହିଛନ୍ତି ଯେ ତାଙ୍କର ପୂର୍ବଜମାନେ ଏହି ମାଟିର ମଣିଷ ଥିଲେ। କାଶ୍ମୀରରେ ପାଦ ଦେବା ପରେ ତାଙ୍କୁ ଏମିତି ଲାଗୁଛି ଯେପରି ସେ ଘରକୁ ଫେରୁଛନ୍ତି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ଜାନୁୟାରୀ ୩୦ ତାରିଖ ଦିନ ଲାଲ ଚୌକରେ ସମାପ୍ତ ହେବ। ତେବେ ତା ପୂର୍ବରୁ ୫୨ ବର୍ଷ ବୟଷ୍କ କଂଗ୍ରେସ ନେତା ଜାନୁୟାରୀ ୨୫ ତାରିଖ ଦିନ ଜମ୍ମୁ-କାଶ୍ମୀର ରାମବନ ଜିଲ୍ଲା ବନିହାଲରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହାର ୨ ଦିନ ପରେ ତାଙ୍କର ଯାତ୍ରା ଅନନ୍ତନାଗ ଦେଇ ଶ୍ରୀନଗରକୁ ପ୍ରବେଶ କରିବ।

{"id":735402,"width":840,"height":707,"sizeSlug":"full","linkDestination":"none"}

ଶୁକ୍ରବାର ପୂର୍ବାହ୍ନରେ ଯାତ୍ରା କଠୁଆର ହଟଲି ମୋଡରୁ ଆରମ୍ଭ ହୋଇଥିଲା। ସୁରକ୍ଷା ବଳଙ୍କ କଡା ସୁରକ୍ଷାରେ ଯାତ୍ରା ଆରମ୍ଭ ହୋଇଥିଲା। ସୁରକ୍ଷା କର୍ମୀମାନେ ରାହୁଲ ଓ ତାଙ୍କ ସାଙ୍ଗରେ ଚାଲୁଥିବା ଲୋକଙ୍କୁ ଘେରା ମଧ୍ୟରେ ରଖି ଯାତ୍ରା ଆରମ୍ଭ କରିଛନ୍ତି। ରାହୁଲ ଯାତ୍ରା କରୁଥିବା ରାସ୍ତାରେ ଜାମର ଲଗାଇ ଦିଆଯାଇଛି। ଏହା ପୂର୍ବରୁ ରାହୁଲଙ୍କୁ ସମ୍ବେଦନଶୀଳ ଅଞ୍ଚଳରେ ପଦଯାତ୍ରା ନ କରିବାକୁ ସୁରକ୍ଷା ବଳ ପରାମର୍ଶ ଦେଇଥିଲେ। ଶୁକ୍ରବାର ଯାତ୍ରା ଚଡୱାଲରେ ଶେଷ ହେବ। ଶନିବାର ସକାଳେ ଯାତ୍ରା ହରିନଗରରୁ ଆରମ୍ଭ ହୋଇ ଡୁଗର ହାଭେଲି ପର୍ଯ୍ୟନ୍ତ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.