ଗିରଫ ହେଲେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସମ୍ପ୍ରଦାୟ ପୂଜକ ଶିବମୂର୍ତ୍ତି ମୁରୁଘା ଶରନାରୁ

Published By : Prameya-News7 Bureau | September 01, 2022 IST

ବେଙ୍ଗାଲୁରୁ: ଗିରଫ ହେଲେ ଲିଙ୍ଗାୟତ ସମ୍ପ୍ରଦାୟ ତଥା ଚିତ୍ରଦୁର୍ଗା ଜିଲ୍ଲାରେ ଥିବା ଜଗତଗୁରୁ ମୁରୁଗରାଜେନ୍ଦ୍ର ବିଦ୍ୟାପୀଠ ମଠର ମୁଖ୍ୟ ପୂଜକ ଶିବମୂର୍ତ୍ତି ମୁରୁଘା ଶାରନାରୁ। ନାବାଳିକାଙ୍କ ଦୁଷ୍କର୍ମ ଅଭିଯୋଗରେ ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା। ତେବେ ଏହି ମାମଲାରେ ପୁଲିସ ତାଙ୍କୁ କେବଳ ପଚରାଉଚରା କରି ଛାଡ଼ିଦେଇଥିଲା।

ଏହି ଘଟଣା ପରେ ତାଙ୍କ ଗିରଫ ନେଇ କର୍ଣ୍ଣାଟକରେ ବିଦ୍ରୋହ ତେଜିଥିଲା। ଶିବମୂର୍ତ୍ତିଙ୍କୁ ଗିରଫ କରିବା ଦାବି କରିଥିଲେ ଜନତା। ହେଲେ ଶିବମୂର୍ତ୍ତିଙ୍କର ଲିଙ୍ଗାୟତ ସମ୍ପ୍ରଦାୟର ପ୍ରଭାବ ଥିବାରୁ ସରକାର ନିରବ ରହୁଥିଲେ ବୋଲି ଅଭିଯୋଗ ହେଉଥିଲା। ଶେଷରେ ଜନତାଙ୍କ ଚାପରେ ଆସି ସରକାର ତାଙ୍କୁ ଗିରଫ କରିଥିବା କୁହାଯାଉଛି। ନାବାଳିକା ଦୁଷ୍କର୍ମ ମାମଲାର ଏହା ପୂର୍ବରୁ ଆଜି କର୍ଣ୍ଣାଟକ ପୁଲିସ ହଷ୍ଟେଲ୍ ୱାର୍ଡେନ୍ ରଶ୍ମୀକୁ ଅଟକ ରଖିଥିଲା।  

କର୍ଣ୍ଣାଟକ ଚିତ୍ତରଦୁର୍ଗାରେ ଥିବା ଏକ ପ୍ରଖ୍ୟାତ ମଠର ମୁଖ୍ୟ ହେଲେ ଶିବମୁର୍ତ୍ତି ମୁରୁଘା ଶହରନରୁ। ଲିଙ୍ଗାୟତ ସମ୍ପ୍ରଦାୟରେ ତାଙ୍କର ପ୍ରଭାବ ଅନେକ। ହେଲେ ତାଙ୍କ ବିରୋଧରେ ନାବାଳିକା ଦୁଷ୍କର୍ମ ଲାଗିବା ପରେ ପୁଲିସ ତାଙ୍କୁ କେବଳ ଡକାଇ ପଚରାଉଚରା କରି ଛାଡ଼ିଦେଇଥିଲା। ଏହାପରେ ତାଙ୍କୁ ଗିରଫ କରିବା ନେଇ ଦାବି ଜୋର ଧରିଥିଲା।   

ମଠ ଦ୍ୱାରା ପରିଚାଳିତ ଏକ ସ୍କୁଲ୍‌ରେ ଦୁଇ ନାବାଳିକା ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ। ସେମାନେ ସ୍କୁଲ୍ ହଷ୍ଟେଲ୍‌ରୁ ପଳାଇଯାଇ ଏହି ଅଭିଯୋଗ କରିଥିଲେ। ଏହାପରେ ଅଗଷ୍ଟ ୨୬ ତାରିଖରେ ଶିବମୁର୍ତ୍ତି ଓ ସ୍କୁଲ୍ ପରିଚାଳକ ଓ ହଷ୍ଟେଲ ୱାର୍ଡେନ୍‌ଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ହୋଇଥିଲା। ଏହି ମାମଲାରେ ହଷ୍ଟେଲ୍ ୱାର୍ଡେନ୍‌ଙ୍କୁ ଅଟକ ରଖାଯାଇଚି। ତେବେ ପୁଲିସ କାହିଁକି ବାବାଙ୍କୁ ଗିରଫ କଲାନି ସେ ନେଇ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି।   



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.