ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆସିବା ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଯାଞ୍ଚ : ଜିଲ୍ଲାପାଳ

Published By : Prameya-News7 Bureau | August 16, 2024 IST

ପୁରୀ ୧୬ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ଗୁଡିକର ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ତେବେ ରତ୍ନଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ରତ୍ନ ଅଳଙ୍କାରର ଗଣତି ମଣତି ଆରମ୍ଭ ହେବ। ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ମାସେ ବିତି ସାରିଥିବା ବେଳେ କେବେ ରତ୍ନଭଣ୍ଡାରର ଯାଞ୍ଚ ଆରମ୍ଭ ହେବ ସେନେଇ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି । ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାରର ଯାଞ୍ଚ ନେଇ ଏକ ମାର୍ଗଦର୍ଶିକା ରାଜ୍ୟ ସରକାର ଦେବାକୁ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।‌ ଖୁବଶୀଘ୍ର ଏହି ମାର୍ଗଦର୍ଶିକା ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନନ୍ଦିନ ଅନେକ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଥିବାରୁ ଏହା କିଭଳି ବାଧାପ୍ରାପ୍ତ ନହୁଏ ତା'କୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ । ତେବେ ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ସିନ୍ଧୁକ ଓ ଆଲମିରାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ପରେ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇକୁ ଦାୟିତ୍ଵ ଦିଆଯିବ। ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ତାହା ଏସଓପି ଅନୁଯାୟୀ ଅନୁଧ୍ୟାନ କରାଯିବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆସିବା ପରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। 

You Can Read:

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ, AICCକୁ ପଠାଇଲେ ଇସ୍ତଫା ପତ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.