ନାରୀ ନିର୍ଯାତନାକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ କଂଗ୍ରେସ, ଆସନ୍ତା ୨୭ରେ ଘେରାଉ କରିବ ବିଧାନସଭା

Published By : Prameya-News7 Bureau | March 23, 2025 IST

ଭୁବନେଶ୍ବର ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ । ଏନେଇ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଥିବା ବେଳେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ କଂଗ୍ରେସ । ନାରୀଙ୍କୁ ସୁରକ୍ଷା ଦେବା ଦାବିରେ ଘେରାଉ ବ୍ୟାପକ କରାଯିବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତା ଏହି ଆନ୍ଦୋଳନରେ ସାମିଲ ହେବ । ରାଜ୍ୟରେ ପାଖାପାଖି ୪୫ ହାଜରରୁ ଅଧିକ ନାରୀ ନିଖୋଜ ରହିଛନ୍ତି । ନାରୀ ନିର୍ଯାତନାରେ ରାଷ୍ଟ୍ରପତିଙ୍କ ଗାଁ ମଧ୍ୟ ବାଦ୍ ପଡ଼ିନାହିଁ । ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା କଥା କହୁଛନ୍ତି କିନ୍ତୁ ଏହା କ’ଣ ନାରୀ ସୁରକ୍ଷା ବୋଲି କଂଗ୍ରେସ ପ୍ରଶ୍ନ କରିଛି । 

ବିଜେପି ସରକାରର ୯ ମାସ ଭିତରେ ୧୨.୯ ହାରରେ ଅପରାଧ ମହିଳାଙ୍କ ଉପରେ ହେଉଛି । ବିଭିନ୍ନ ଥାନାରେ ୧୬୦୦ କେସ୍ ରୁଜୁ ହୋଇଛି । ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ସରକାର । ବିଧାନସଭାରେ ଏହାକୁ ଉପସ୍ଥାପନା କଲେ କଂଗ୍ରେସ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଉଛି । ସିଏ ଗାଳି ଦେଉଛି ଯିଏ କଲର ଧରୁଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେଣୁ ସାଧାରଣ ଜନତାଙ୍କୁ ମଧ୍ୟ ନିବେଦନ କରୁଛୁ ସମସ୍ତେ ଏହି ଆନ୍ଦୋଳନକୁ ସଫଳ କରନ୍ତୁ ବୋଲି ଦେବାଶିଷ କହିଛନ୍ତି ।

You Can Read:

ମୟୂରଭଞ୍ଜ ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ରାଜସ୍ବ ମନ୍ତ୍ରୀ, କହିଲେ- ୨୪ଘଣ୍ଟାରେ ସବୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.