WTC final : ଅଷ୍ଟ୍ରେଲିଆକୁ ଚେକ୍‌ ଦେବାକୁ ରବି ଶାସ୍ତ୍ରୀଙ୍କ ଫର୍ମୁଲା, କହିଲେ-ଏହି ଖେଳାଳି ହିଁ ଟ୍ରମ୍ପ କାର୍ଡ

Published By : Prameya-News7 Bureau | May 25, 2023 IST

ମୁମ୍ବାଇ ୨୫।୦୫ :  ଜୁନ୍‌ ୭ରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ । ଆଇପିଏଲ୍‌ ଶେଷ ହେବା ର କିଛି ଦିନ ପରେ ହେବ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ । ଏଥିପାଇଁ କିଛି ଭାରତୀୟ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ କରିସାରିଲେଣି । ଆଉ କିଛି ଆଇପିଏଲ୍‌ ଫାଇନାଲ ଶେଷରେ ଇଂଲଣ୍ଡ ଅଭିମୁଖେ ଯିବେ ।

ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ନିଜ ମତ ରଖିଛନ୍ତି । ତାଙ୍କ ମତରେ ଭାରତ ଉଭୟ ରବି ଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜାଙ୍କୁ ଏକାଦଶରେ ସାମିଲ କରିବା ଆବଶ୍ୟକ । ଗତ ଇଂଲଣ୍ଡ ଗସ୍ତ ସମୟରେ ଭାରତ ଉନ୍ନତ ପ୍ରଦର୍ଶନ କରିଥିଲା । କାରଣ ସେତେବେଳେ ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସର୍ଦୁଲ ଠାକୁର ପେସ୍‌ ବିଭାଗ ସମ୍ଭାଳୁଥିଲେ । ବର୍ତ୍ତମାବ ବୁମରା ନାହାନ୍ତି । ମାତ୍ର ଫର୍ମ ଓ ପ୍ରଦର୍ଶନକୁ ଆଖିରେ ରଖି ଶ୍ରେଷ୍ଠ ଏକାଦଶ ଚୟନ ହେବା ଦରକାର । ପେସ୍‌ ବୋଲରମାନେ ସମ୍ପ୍ରତି ଆଇପିଏଲ୍‌ ଖେଳି କ୍ଳାନ୍ତ ଅଛନ୍ତି । ଇଂଲଣ୍ଡ ଜଳବାୟୁରେ ଖେଳିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ହେବ ।

ତେବେ ଫାଇନାଲ୍‌ରେ ପେସ୍‌ ବୋଲରଙ୍କ ଅଭାବ ହୋଇପାରେ । ତେଣୁ ୨ଜଣ ସ୍ପିନରଙ୍କୁ ନେଇ ଖେଳିବା ସଠିକ ନିଷ୍ପତ୍ତି ହେବ । ଉଭୟ ଅଶ୍ୱିନ ଓ ଜାଡେଜା ବିଶ୍ୱର ଶ୍ରେଷ୍ଠ ସ୍ପିନର । ଓଭାଲ ପିଚ୍‌ ସ୍ପିନରଙ୍କୁ ସହାୟତା କରିବାର ରେକର୍ଡ ରହିଛି । ଜୁନ୍‌ରେ ଇଂଲଣ୍ଡର ଜଳବାୟୁରେ ପରିବର୍ତ୍ତନ ଘଟିବ । ତଥାପି ଭାରତ ୨ପେସ୍‌ ବୋଲର, ୨ସ୍ପିନର ଓ ଜଣେ ଅଲ୍‌ରାଉଣ୍ଡର ନେଇ ଖେଲିବା ଶ୍ରେୟସ୍କର ହେବ ।

ଭାରତୀୟ ଟେଷ୍ଟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, ଇଷାନ କିଷାନ, କେଏସ ଭରତ( ଓ୍ବିକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ।

ଷ୍ଟାଣ୍ଡବାଇ ଖେଳାଳି- ରୁତୁରାଜ ଗାଏକଓ୍ୱାର୍ଡ, ଦୀପକ ଚହର, ସରଫରାଜ୍‌ ଖାନ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.