ଟାଟା, ରିଲାଏନ୍ସ ଭଳି ବଡ଼ କମ୍ପାନୀରେ ଆପଣଙ୍କୁ ବି ମିଳିବ ଚାକିରି: ପିଏମ୍ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ରେଜିଷ୍ଟ୍ରେସନ ଆରମ୍ଭ

Published By : Prameya-News7 Bureau | October 12, 2024 IST

website

ନୂଆଦିଲ୍ଲୀ: ଦେଶରେ ଆଉ କେହି ବେରୋଜଗାରି ରହିବେନି। ଭାରତର ଯୁବବର୍ଗଙ୍କର ଟାଟା, ରିଲାଏନ୍ସ ଆଦାନୀ ଗ୍ରୁପ ଭଳି ବଡ଼ ବଡ଼ କମ୍ପାନୀରେ ଚାକିରି ପାଇବା ସ୍ୱପ୍ନ ସାକାର ହେବ। ଏଥିପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ଆରମ୍ଭ କରିଛନ୍ତି। 

ଅକ୍ଟୋବର ୧୨ ସନ୍ଧ୍ୟା ୫ଟାରୁ ଏହାର ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି। ଏହି ଯୋଜନାର ମୁଖ୍ୟ ଲକ୍ଷ ଯୁବବର୍ଗଙ୍କୁ ଟାଟା, ବିର୍ଲା, ରିଲାଏନ୍ସ, ଜିନ୍ଦଲ ଟିସିଏସ ଓ ଏସ୍‌ବିଆଇ ଭଳି ଦେଶର ବଡ଼ ବଡ଼ ୫୦୦ କମ୍ପାନୀରେ କାମ କରିବାକୁ ସୁଯୋଗ ଦେବା। ସେମାନଙ୍କୁ ଦକ୍ଷ ଆର୍ଥିକ ସ୍ୱଚ୍ଛଳ କରାଇବା। 

ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ ଇଣ୍ଟର୍ଣ୍ଣସିପ୍ ଦେବାକୁ ଟାର୍ଗେଟ୍ ରଖାଯାଇଛି। ସେହିପରି ଆସନ୍ତା ୫ ବର୍ଷ ଭିତରେ ୫୦୦ ଟପ୍ କମ୍ପାନୀରେ ଏକ କୋଟି ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେବାକୁ ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର।

ଅକ୍ଟୋବର ୧୨ ତାରିଖରେ ଅନ୍‌ଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଥିଲେ ବି ପ୍ରାର୍ଥୀଙ୍କୁ ଯଥାଶୀଘ୍ର ଆବଦେନ କରିବାର ଆବଶ୍ୟକତା ରହିଛି। କାରଣ ଯୋଜନା ଆରମ୍ଭ ହେବା କ୍ଷଣି କମ୍ପାନୀମାନେ ପୋଷ୍ଟ ପୋଜିସନ ବାହାର କରିବା ଆରମ୍ଭ କରିଦେଇଛନ୍ତି। ଭେକେନ୍ସି ସିଟ୍ ପୂରା ହେବା ପୂର୍ବରୁ ତୁରନ୍ତ ଆବେଦନ କରିବା ଉଚିତ୍। 

ଇଣ୍ଟର୍ନସିପ୍ ପାଇଁ ମନୋନୀତ ହୋଇଥିବା ଯୁବକମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ବୀମା ସୁରକ୍ଷା ଦିଆଯିବ। ଏଥିପାଇଁ ସରକାର ପ୍ରିମିୟମ ଦେବେ। ଏହାସହିତ, କମ୍ପାନୀଗୁଡିକ ମନୋନୀତ ପ୍ରାର୍ଥୀଙ୍କୁ ଅତିରିକ୍ତ ଦୁର୍ଘଟଣା ବୀମା ପ୍ରଦାନ କରିପାରନ୍ତି।

ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ପାଇଲଟ ପ୍ରୋଜେକ୍ଟରେ ପିଏମ୍‌ ଇଣ୍ଟର୍ଣ୍ଣସିପ୍ ପୋର୍ଟାଲ ଆରମ୍ଭ ହୋଇଥିଲା। ଏଥିରେ ଅକ୍ଟୋବର ୧୧ ତାରିଖ ସୁଦ୍ଧା ୯୦ ହଜାର ୮୪୯ ଜଣ ଆବେଦନ କରିସାରିଛନ୍ତି। ଏମାନଙ୍କୁ ୧୯୩ ଟି କମ୍ପାନୀ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେଇସାରିଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ , ଜୁବିଲାଣ୍ଟ ଫୁଡ୍ ୱାର୍କସ୍, ମାରୁତି ସୁଜୁକି ଇଣ୍ଡିଆ, ଆଇଚର୍ ମୋଟର ଲିମିଟେଡ୍, ଲାରସେନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍, ମୁଥୁଟ୍ ଫାଇନାନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହି କାର୍ଯ୍ୟକ୍ରମ ଅଧୀନରେ, ଗତ ତିନିବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ସିଏସ୍ଆର ପାଣ୍ଠି ଆଧାରରେ କମ୍ପାନୀଗୁଡିକ ଚୟନ କରାଯାଇଛି। 

ପିଏମ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ବିଭିନ୍ନ ସେକ୍ଟରରେ ଇଣ୍ଟର୍ଣ୍ଣସିପର ସୁଯୋଗ ମିଳିବ ଅଏଲ ଗ୍ୟାସ ଓ ଏନର୍ଜୀ ସେକ୍ଟରଟ୍ରାଭେଲହସ୍ପିଟାଲିଟିଅଟୋମୋଟିଭସବ୍ୟାଙ୍କିଙ୍ଗ ଓ ଫାଇନାନ୍ସିଆଲ ସର୍ଭିସ୍ ଆଦି କ୍ଷେତ୍ରରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ପ୍ରାର୍ଥୀଦେଶରେ ୭୩୭ ଜିଲ୍ଲାରେ ଚାକିରି ସୁଯୋଗ ଦିଆଯିବ ଆପଣ ଚାହିଁଲେ ନିଜ ଅଞ୍ଚଳରେ ମଧ୍ୟ ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ପାଇପାରିବେ ତେବେ କେମିତି ଆବେଦନ କରିବାକୁ ହେବଏଥିପାଇଁ କ୍ରାଇଟ ଏରିଆ ରହିଛି ଜାଣନ୍ତୁ  

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ପ୍ରାର୍ଥୀ ୧୨ ମାସ ପର୍ଯ୍ୟନ୍ତ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରିବେ। ଏଥିପାଇଁ pminternship.mca.gov.in ୱେବ୍‌ସାଇଟରେ ଇଣ୍ଟର୍ଣ୍ଣସିପ୍ ଯୋଗାଉଥିବା କମ୍ପାନୀଗୁଡ଼ିକ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଛନ୍ତି। ପ୍ରାର୍ଥୀଙ୍କୁ ମଧ୍ୟ pminternship.mca.gov.in ୱେବ୍‌ସାଇଟ୍‌ ଅନ୍‌ଲାଇନ୍ ଆବେଦନ କରିବାକୁ ପଡ଼ିବ। 

ଇଣ୍ଟର୍ଣ୍ଣସିପ୍ ସମୟରେ ସରକାରଙ୍କ ପକ୍ଷରୁ ମାସକୁ ୪୫୦୦ ଷ୍ଟାଇପେଣ୍ଟ ଓ କମ୍ପାନୀ ନିଜର ସିଏସଆର ଫଣ୍ଡରୁ ମାସକୁ ୫୦୦ ଟଙ୍କା ମୋଟ ମାସକୁ ୫ ହଜାର ଟଙ୍କା ମିଳିବ। ତା ସହିତ ୬ ହଜାର ଟଙ୍କାର ଏକକାଳୀନ ଘଟଣା ଜନିତ ସହାୟତା ରାଶି ଦିଆଯିବ। 

ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯୁକ୍ତ ଦୁଇ କିମ୍ବା ମାଟ୍ରିକ ପାସ୍ କରିଥିବା ସହିତ ଆବଶ୍ୟକ। ଏଥିସହିତ ପ୍ରାର୍ଥୀଙ୍କ ପାଖରେ  ଆଇଟିଆଇ ସାର୍ଟିଫିକେଟ୍, ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍‌ରେ ଡିପ୍ଲୋମା କିମ୍ବା BA, BSc, B.Com, BCA, BBA, କିମ୍ବା B.Pharma ପ୍ରମାଣ ରହିଲେ ଭଲ। ଫଳରେ ବିଭିନ୍ନ ସେକ୍ଟର ଅନୁସାରେ ଇଣ୍ଟର୍ଣ୍ଣସିପ୍ ପାଇଁ ସୁବିଧା ହେବ। ଆବେଦନର ବୟସସୀମା ୨୧ରୁ ୨୪ ବର୍ଷ ମଧ୍ୟରେ ରହିଛି। ଅନ୍‌ଲାଇନ୍‌ରେ ଡିସ୍‌ଷ୍ଟାନ୍ସରେ କୋର୍ସ କରୁଥିବା ପିଲା ବି ଏଥିରେ ଆବେଦନ କରିପାରିବେ। 

ଏବେ କେମିତି ଆବେଦନ କରିବେ ଜାଣନ୍ତୁ

ପ୍ରଥମେ ପିଏମ୍ ଇଣ୍ଟର୍ଣ୍ଣସିପ ଯୋଜନାର ଅଫିସିଆଲ ୱେବ୍‌ସାଇଟ୍  pminternship.mca.gov.in ଓପନ କରନ୍ତୁ। ହୋମ ପେଜ ସ୍କ୍ରଲ କରି ରେଜିଷ୍ଟର ନାଓଁ ଅପସନ କ୍ଲିକ୍ କରନ୍ତୁ। ଏହାପରେ ମୋବାଇଲ ନମ୍ବର ଦେବା ସହିତ ସମସ୍ତ ଡିଟେଲ୍ସ ଭରି ସବ୍‌ମିଟ କରନ୍ତୁ। ନିଜ ଅଞ୍ଚଳ ଅନୁସାରେ ସର୍ବାଧିକ ୫ ସେକ୍ଟରେ ଇଣ୍ଟର୍ଣ୍ଣସିପ୍ ପାଇଁ ଆବଦେନ କରିପାରିବେ। ସବମିଟ କରିସାରିବା ପରେ ହାର୍ଡ କପି ପ୍ରିଣ୍ଟ ଆଉଟ୍ କାଢ଼ି ରଖନ୍ତୁ। ତେବେ ଆଧାର କାର୍ଡ ଲିଙ୍କ ନମ୍ବର ଦେବା ନିହାତି ଜରୁରୀ। 

ଆବେଦନ ପ୍ରାର୍ଥୀ ଭାରତୀୟ ହୋଇଥିବା ଆବଶ୍ଯକ। ସେ ଫୁଲ୍ ଟାଇମ ଚାକିରି କରୁନଥିବେ କିମ୍ବା ଫୁଲ୍ ଟାଇମ ସ୍କୁଲ୍ କଲେଜ୍‌ରେ ପାଠ ପଢୁ ନଥିବେ। ତେବେ ଡିଷ୍ଟାନ୍ସରେ ପାଠ ପଢ଼ୁଥିବା ପିଲା ଆବେଦନ କରିପାରିବେ। ଏଥିସହିତ ପରିବାରରେ କେହି ସରକାରୀ ଚାକିରିଆ ନଥିବେ କିମ୍ବା ପାରିବାରିକ ଆୟ ୮ ଲକ୍ଷରୁ ଅଧିକ ନଥିବା ଦରକାର। ଇଣ୍ଟର୍ଣ୍ଣସିପ ସୁଯୋଗ ପାଇବା ପରେ ପ୍ରାର୍ଥୀ ଉକ୍ତ କମ୍ପାନୀ ୧୨ ମାସ ପର୍ଯ୍ୟନ୍ତ ଟ୍ରେନିଂ ନେବେ। ଟ୍ରେନିଂ ସରିବା ପରେ ଯଦି କମ୍ପାନୀ ଆବଶ୍ୟକ କରନ୍ତି ତେବେ ପ୍ରାର୍ଥୀଙ୍କୁ ନିଯୁକ୍ତି ଅଫର କରିବେ। ତେବେ କମ୍ପାନୀ ଚାକିରି ଦେବା ବାଧ୍ୟତାମୂଳକ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.