କୋଲକାତା: ପଶ୍ଚିମବଙ୍ଗ ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରଙ୍କୁ ହତ୍ୟା ଘଟଣାରେ ଆବାସିକ ଡାକ୍ତର ସଂଘ ଦେଶବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି । ରାତିରେ ଡ୍ୟୁଟି କରୁଥିବା ମହିଳା ଡାକ୍ତରଙ୍କ ସୁରକ୍ଷା ଦାବିରେ ଏହି ଷ୍ଟ୍ରାଇକ୍ ଡାକରା ଦିଆଯାଇଛି । ଗତ ଅଗଷ୍ଟ ୯ ତାରିଖରେ ଆଇଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟା ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା। ଅପରାଧୀ ସଞ୍ଜୟ ରାୟ ଡାକ୍ତର ସହିତ ଦୁଷ୍କର୍ମ କରିବା ପରେ ଅମାନୁଷିକ ଭାବେ ହତ୍ୟା କରିଥିଲା । ଏନେଇ ସେ ଦୋଷ ସ୍ବିକାର କରିବା କରିଥିବା ବେଳେ ତାକୁ ବିଚାର ବିଭାଗୀୟ ହଜାତକୁ ପଠାଯାଇଛି । ଜୁନିୟର ମହିଳା ଡାକ୍ତରଙ୍କୁ ହତ୍ୟା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ଆବାସିକ ଡାକ୍ତର ସଂଘ ।...
ସରକାରୀ ମେଡିକାଲ କଲେଜ ଶିକ୍ଷକ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରିବାକୁ ଘୋଷଣା କରାଯାଇଛି। ରାତ୍ରୀକାଳୀନ ଡ୍ୟୁଟିରେ ମହିଳା ଡାକ୍ତରଙ୍କ ସୁରକ୍ଷା ଲାଗି ସେମାନେ ଦାବି କରିଛିନ୍ତି। ଏହା ସହ ମେଡିକାଲ କଲେଜ ପରିସରରେ ଅଧିକ ସିସିଟିଭି ଲଗାଇବା ଲାଗି ଦାବି କରିଛନ୍ତି ଆବାସିକ ଡାକ୍ତର ସଂଘ। ସେପଟେ ଆଇଜି କର ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ସଞ୍ଜୟ ବଶିଷ୍ଠଙ୍କୁ ପଦରୁ ବହିଷ୍କାର କରିଛି ପଶ୍ଚିମବଙ୍ଗ ସ୍ବାସ୍ଥ୍ୟବିଭାଗ। ତାଙ୍କ ସ୍ଥାନରେ ବୁଲବୁଲ ମୁଖୋପାଧ୍ୟୟଙ୍କୁ ନିଯୁକ୍ତି ଦିଆଯାଇଛି । ସାରା ଦେଶରେ ଏହି ହତ୍ୟାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟବିଭାଗ ପଦକ୍ଷେପ ନେଇଛନ୍ତି । ଅନ୍ୟପଟେ ଏହି ଘଟଣାର ତ୍ବରିତ ତଦନ୍ତ ଲାଗି ଚେତାବନୀ ଦେଇଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ।