ପ୍ରଧାନମନ୍ତ୍ରୀ ହେଉଛନ୍ତି ବଡ଼ ଭାଇ, ରାଜ୍ୟର ବିକାଶ ପାଇଁ ଗୁଜରାଟ ମଡେଲ ଦରକାର କହିଲେ ତେଲଙ୍ଗାନା ସିଏମ୍

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡି ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବଡ଼ ଭାଇ ସମ୍ୱୋଧନ କରି ରାଜ୍ୟର ବିକାଶ ପାଇଁ କେନ୍ଦ୍ରଠାରୁ ସହଯୋଗ ଲୋଡ଼ିଛନ୍ତି । କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଅନେକ ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେ ଅଦିଲାବାଦ ପହଞ୍ଚିଥିଲେ । ଉଲ୍ଲେଖଯୋଗ୍ୟ ଯେ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରୁ ଦୂରେଇ ରହୁଥିଲେ । କିନ୍ତୁ ଏହାର ବିପରୀତରେ ରେଭନ୍ଥ ରେଡ୍ଡି ଭିନ୍ନ ଆଭିମୁଖ୍ୟ ଦେଖାଇଛନ୍ତି ।

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହିନ୍ଦୀରେ ସମ୍ୱୋଧନ କରିଥିଲେ । ସେ କହିଥିଲେ ଯେ ଆମ ମତରେ ପ୍ରଧାନମନ୍ତ୍ରୀ ମାନେ ବଡ଼ ଭାଇ । କେବଳ ତାଙ୍କ ସହଯୋଗରେ ହିଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟକୁ ଆଗକୁ ନେଇପାରିବେ । ଇଣ୍ଡିଆନ୍ସ ଏକ୍ସପ୍ରେସ ଅନୁସାରେ ରେଭନ୍ଥ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରାର୍ଥନା କରିଛି ଯଦି ତେଲଙ୍ଗାନାକୁ ଆଗକୁ ବଢାଇବାର ଅଛି । ଯଦି ଏହାକୁ ଗୁଜରାଟ ପରି ଆଗକୁ ନେବାର ଅଛି ତେବେ ଆମକୁ ଆପଣଙ୍କ ସାହାଯ୍ୟ ଦରକାର । ସେ କହିଛନ୍ତି ଯେ ଆପଣଙ୍କ ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ପାଇଁ ଭାରତକୁ ପାଞ୍ଚ ମେଟ୍ରୋପଲିଟନ ସହର ଦରକାର । ହାଇଦ୍ରାବାଦ ଏଥିରେ ଯୋଗଦାନ ଦେବାକୁ ଚାହୁଁଛି । ରେଭନ୍ଥ ରେଡ୍ଡି କହିଛନ୍ତି ଯେ ଆମକୁ ମେଟ୍ରୋ ରେଳରେ ସମର୍ଥନ କରୁଛି । ଯେପରି ଭାବେ ଆପଣ ସାବରମତୀ ରିଭର ଫ୍ରଣ୍ଟକୁ ବିକଶିତ କରିଛି, ସେହିପରି ଆମେ ମୁସୀ ନଦୀକୁ ରିଜନରେଟ୍ କରିବାକୁ ଚାହୁଁଛୁ ।

ପଢନ୍ତୁ: ‘ମୋଦୀ କା ପରିବାର’ କ୍ୟାମ୍ପେନ, ଲାଲୁ ଯାଦବଙ୍କ ‘ପରିବାର ନାହିଁ’ କଟାକ୍ଷ ପରେ ବିଜେପିର ପାଲଟା ଆକ୍ରମଣ

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଶାସନକୁ ଆସିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ତେଲଙ୍ଗାନା ଗ୍ରସ୍ତ ଥିଲା । ସିଏମ୍ ରେଡ୍ଡିଙ୍କ ବୟାନରୁ ସଂକେତ ମିଳୁଛି ଯେ ରାଜ୍ୟରେ କଂଗ୍ରେସ ଶାସନ ଥିଲେ ବି, ସେ କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁ ହେବାକୁ ଚାହୁଁନାହାନ୍ତି । ଆଜିର ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟର ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ଏବଂ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡିଙ୍କ ସହ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡି ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ସମୟରେ ପରେ ତେଲେଙ୍ଗାନାର କୌଣସି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.