ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ, ମନ୍ତ୍ରୀ କହିଲେ- ରକ୍ତଚାପ ସାମାନ୍ୟ କମିଯିବା ପରେ ଆଖିକୁ ଝାପସା ଦେଖାଗଲା

Published By : Prameya-News7 Bureau | August 10, 2024 IST

ସମ୍ବଲପୁର ୧୦ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ସମ୍ବଲପୁର ବୁର୍ଲାରେ ଏକ କାର୍ଯ୍ଯକ୍ରମରେ ଯୋଗଦେବା ସମୟରେ ଅସୁସ୍ଥ ଅନୁଭବ କରିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ବୁର୍ଲା ସ୍ଥିତ ଡ୍ଯାମ୍ ଫ୍ଲାଷ୍ଟ କ୍ଲାସ୍ ଗେଷ୍ଟ ହାଉସରେ ପ୍ରାଥମିକି ଚିକିତ୍ସା ଚାଲିଥିଲା । ଭୀମାସର ନିର୍ଦ୍ଦେଶକ ଓ ଅନ୍ୟ ଡାକ୍ତର ଆସି ପରୀକ୍ଷା ନୀରିକ୍ଷା କରିଥିଲେ । ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । 

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବୁର୍ଲା ଟିଣ ଘରରେ ଏକ କାର୍ଯ୍ଯକ୍ରମ ରହିଥିଲା । ରାଲିରେ ଯାଉଥିବା ବେଳେ ରାସ୍ତାରେ ୧୧ଟା ସମୟରେ ବିଗିଡିଥିଲା ସ୍ବାସ୍ଥ୍ୟାବସ୍ଥା । ରକ୍ତଚାପ କମିବା ଫଳରେ ସୁରେଶ ପୂଜାରୀ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କର ଇସିଜି ପରୀକ୍ଷା ସହ ଅନ୍ୟସବୁ ରକ୍ତ ପରୀକ୍ଷା କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଥିବା ହୃଦୟରୋଗ ଡାକ୍ତର ପ୍ରଫେସର ସୁନୀଲ ଶର୍ମା କହିଛନ୍ତି । ସେ ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଏହାସହ ତାଙ୍କ ହାର୍ଟ ଚେକଅପ ପାଇଁ ଭୀମସାର ପଠାଯାଇଛି । 

ସେପଟେ ମନ୍ତ୍ରୀ କହିଛନ୍ତି ଯେ, ମୁଁ କ’ଣ ଆପଣଙ୍କୁ ଅସୁସ୍ଥ ପରି ଦେଖାଯାଉଛି କି ? ମୋର ସାମାନ୍ୟ ରକ୍ତଚାପ କମିଯିବା ପରେ ଆଖିକୁ ଝାପସା ଦେଖାଯାଇଥିଲା । ଏହାସହ ଝାଳ ବୋହିବାରୁ ମୁଁ ଅସୁସ୍ଥ ଅନୁଭବ କରିଥିଲି । ହେଲେ କାର୍ଯ୍ଯକ୍ରମରେ ଯୋଗଦେଲି ଓ ପରେ ସ୍ବାସ୍ଥ୍ୟ  ପରୀକ୍ଷା କରାଯାଇଛି ।


You Can Read:

ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ୩୦ ମିନିଟ୍ ବିଳମ୍ବ, ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.