ଯାଉଥିଲେ କଳସ ଶୋଭାଯାତ୍ରାରେ, ଓଲଟି ପଡିଲା ପିକ୍‌ଅପ୍ ଭ୍ୟାନ୍

Published By : Prameya-News7 Bureau | January 27, 2025 IST

ଜଳେଶ୍ୱର ୨୭/୦୧: କଳସ ଶୋଭାଯାତ୍ରା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରାକ୍ଟରକୁ ସାଇଟ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍‌ ଭ୍ୟାନ୍‌। ଦୁର୍ଘଟଣାରେ ୩୦ ମହିଳା ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛି।  ସ୍ଥାନୀୟଲୋକ ସମସ୍ତ ଆହତଙ୍କୁ ଉଦ୍ଧାର ଏକାଧିକ ୧୦୮ ଆମ୍ବୁଲାନ୍ସ ଯୋଗେ ବସ୍ତା ମେଡିକାଲକୁ ପଠାଇଯାଇଥିଲା। 

ଆହତଙ୍କ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ସିଂଲା ଥାନା ଅନ୍ତର୍ଗତ ରାୟପୁର ନିକଟରେ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୭ଟାରେ ରାୟପୁର ଗ୍ରାମର ୭୦ରୁ ଅଧିକ ମହିଳା ଏକ ପିକ୍ଅପ୍ ଭ୍ୟାନ ଯୋଗେ ଓ ବାଇକ ଯୋଗେ ବାଲିଆପାଟି ଜଗନ୍ନାଥ ମନ୍ଦିର ପୋଖରୀରୁ ପାଣି ଆଣିବାକୁ ଯାଉଥିଲେ। ରାୟପୁର ବାହାବଳପୁର ଛକ ନିକଟରେ ଯାମସୁଳି ଆଡୁ ଦୃତ ଗତିରେ ଏକ ଟ୍ରାକ୍ଟର ଯାଉଥିବା ବେଳେ, ଟ୍ରାକ୍ଟରକୁ ସାଇଟ୍ ଦେବାକୁ ଯାଇ ପିକଅପ ଭ୍ୟାନ ରାସ୍ତା କଡକୁ ଓଲଟି ପଡିଥିଲା। 

ଘଟଣା ସ୍ଥଳରେ ୩୦ ରୁ ଅଧିକ ମହିଳା, ପୁରୁଷ, ଛୋଟ ପିଲା ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ମେଡିକାଲ ପରେ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

also read...

ହାତୀ ମୃତ୍ୟୁ ଘଟଣାର ହେବ ବ୍ୟବଚ୍ଛେଦ, ଜଣାପଡିବ ପ୍ରକୃତ କାରଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.