ଆମ୍ବଗଡ଼ିଆ ଛକରେ ସିରିଜ୍ ଦୁର୍ଘଟଣା ; ଜଣେ ମୃତ, ଏକାଧିକ ଆହତ

Published By : Prameya-News7 Bureau | February 13, 2025 IST

ଆନନ୍ଦପୁର ୧୩।୦୨ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଆମ୍ବଗଡ଼ିଆ ଛକ ନିକଟରେ ଦୁର୍ଘଟଣା । ସିରିଜ୍‌ ଦୁର୍ଘଟଣା ଘଟାଇ ଫେରାରା ମାରିଛି କାର୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଆନନ୍ଦପୁର -ଭଦ୍ରକ ରାସ୍ତାର ଆମ୍ବଗଡିଆ ଛକ ଠାରେ ଏକ କାର୍‌ ଜଣେ ବାଇକ୍ ଆରୋହୀ ଙ୍କୁ ଧକ୍କା ଦେଇଥିଲା, ଏହା ପରେ ରାସ୍ତାରେ ଚାଲି ଯାଉଥିବା ୨ ମହିଳାଙ୍କୁ ଧକ୍କା ଦେଇ ଭଦ୍ରକ ଅଭିମୁଖେ ଦୃତଗତିରେ ପଳାଇଥିଲା । ତେବେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଓ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଆମ୍ବଗଡିଆ ଗାଁର ସାଧବ ଜେନା ଓ ଆହତ ମହିଳା କୁମୁଦିନି ଜେନା ହୋଇଥିବା ବେଳେ ବାଇକ ଆରୋହୀଙ୍କ ଜଣଙ୍କ ଦଧିବାମନପୁର ଗାଁର ବ୍ୟାଙ୍କ କର୍ମଚାରୀ ତପନ ଜେନା ହୋଇଥିବା ଜଣାପଡିଛି । ସେପଟେ ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.