କାଳ ହେଲା ମର୍ଣ୍ଣିଂୱାକ, ବୃଦ୍ଧଙ୍କ ଉପରେ ଚଢିଗଲା ବାଲି ବୋଝେଇ ଟ୍ରକ

Published By : Prameya-News7 Bureau | July 15, 2024 IST

ଭୁବନେଶ୍ବର ୧୫/୭: ମର୍ଣ୍ଣିଂୱାକ ସାରି ଫେରୁଥିଲେ । ମାଡିଗଲା ବାଲି ବୋଝେଇ ଟ୍ରକ । ଭୁବନେଶ୍ବର ସ୍ଥିତ ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ଦୁର୍ଘଟଣା । ମୃତକ ୭୨ ବର୍ଷୀୟ ସଦାନନ୍ଦ ସ୍ବାଇଁ । ସେ ଖଣ୍ଡଗିରି ଛକରୁ ମର୍ଣ୍ଣିଂୱାକ ସାରି ପୋଖରୀପୁଟ ସ୍ଥିତ ଘରକୁ ଫେରୁଥିଲେ । ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ସଦାନନ୍ଦଙ୍କୁ ଚାପିଦେଇଥିଲା ବାଲି ବୋଝେଇ ଟ୍ରକ । ଦୁର୍ଘଟଣା ଘଟାଇ ଟ୍ରକଟି ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ପୋଖରୀପୁଟ ସ୍ଥିତ ଇଲେକ୍ଟ୍ରି ଅଫିସ ଛକରେ ଝିଅ ସହ ରହୁଥିଲେ ସଦାନନ୍ଦ । ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଛାନ୍‌ଭିନ୍‌ କରୁଛି ଖଣ୍ଡଗିରି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.