ରୋହିତ ସବୁବେଳେ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରନ୍ତି, ତାଙ୍କ ପାଇଁ ସମସ୍ତେ ସମାନ- ବୁମ୍‌ରା

Published By : Prameya-News7 Bureau | July 26, 2024 IST

ମୁମ୍ବାଇ ୨୬।୦୭ : ରୋହିତ ଶର୍ମାଙ୍କ ପାଇଁ ସମସ୍ତେ ସମାନ । ସେ ସିନିୟରଙ୍କୁ ଯେତିକି ପରିମାଣର ସମ୍ମାନ ଦିଅନ୍ତି । ଜୁନିୟରଙ୍କୁ ମଧ୍ୟ ସେତିକି ପରିମାଣରେ ସମ୍ମାନ ଦିଅନ୍ତି । ତେଣୁ ପ୍ରତି ଟିମ୍‌ରେ ଜଣେ ଜଣେ ଏପରି ଅଧିନାୟକ ରହିବା ଦରକାର ବୋଲି କହିଛନ୍ତି ଜଶପ୍ରୀତ୍‌ ବୁମ୍‌ରା । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଟିମ୍ କିଛି ମାସ ତଳେ ଇଂଲଣ୍ଡ ସହିତ ଟେଷ୍ଟ ସିରିଜ୍‌ ଖେଳୁଥିଲା । ଯେଉଁଥିରେ ଅନେକ ଯୁବ ଖେଳାଳିଙ୍କୁ ଚୟନ କରାଯାଇଥିଲା । ଆଉ ସେମାନେ ଟେଷ୍ଟ ସିରିଜ୍‌ରେ ଡେବ୍ୟୁ ମଧ୍ୟ କରିଲେ । ଭାରତୀୟ ଦଳକୁ ନୂଆ ନୂଆ ଆସିଥିବା ଏହି ଯୁବ ଖେଳାଳିଙ୍କ ମନରେ ଅନେକ ଉତ୍କଣ୍ଠା ରହିବା ସହ ଚାପରେ ମଧ୍ୟ ଥିଲେ । ହେଲେ ରୋହିତ ଶର୍ମା ସମସ୍ତଙ୍କ ସହିତ କଥା ହୋଇଥିଲେ । ଆଉ ସେମାନଙ୍କୁ ଟିମ୍‌ ମାହୋଲରେ ସହିତ ଯୋଡିଥିଲେ । ଏପିରିକି ପର୍ଦାପଣ କରିଥିବା ଖେଳାଳିଙ୍କ ସହିତ ନିଜ (ରୋହିତ) ମଧ୍ୟ ବହୁତ ସମୟ ବିତାଇବାକୁ ଲାଗିଥିଲେ । ରୋହିତ ଶର୍ମାଙ୍କ ମତରେ ଟିମ୍‌ରେ ସମସ୍ତେ ସମାନ । ଏଥିରେ କୌଣସି ଜୁନିୟର କିମ୍ବା ସିନିୟର ନାହିଂ । କେବଳ ଖେଳରେ ସିନିୟର ଏବଂ ଜୁନିୟର ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବେ । ବାକି ରହିଲା ଡ୍ରେସିଂ ରୁମ୍‌ରେ ସବୁ ଖେଳାଳି ସମାନ । ରୋହିତ ଶର୍ମାଙ୍କ ଏହି ମନୋଭାବ ଦଳକୁ ଅନେକ ଫାଇଦା ଦେଇଥାଏ । ଆପଣମାନେ ବି ଦେଖିଥିବେ ଯୁବ ଖେଳାଳିମାନେ ନିଜ ପଦାର୍ପଣ ମ୍ୟାଚ୍‌ରେ କିପରି ପ୍ରଦର୍ଶନ କରିଥିଲେ । 

ସେହିପରି ରୋହିତ ଶର୍ମାଙ୍କ କ୍ୟାପଟେନ୍‌ସିପ୍‌ ନେଇ ବୁମ୍‌ରା କହିଛନ୍ତି ଯେ, ରୋହିତ ଶର୍ମାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି । ମୁଁ ପ୍ରତି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଅତି ନିକଟରୁ ଦେଖିଥାଏ । କିପରି ପୁରା ଟାଇଟ୍‌ ମ୍ୟାଚ୍‌ରେ ରୋହିତ ଶର୍ମା ଶାନ୍ତ ରହିଥାନ୍ତି । ଆଉ ନିଜର ପ୍ଲାନକୁ ଆକ୍ସନରେ ଆଣନ୍ତି। ସବୁବେଳେ ନିଜର ପୂର୍ବ ଭୁଲ୍‌କୁ ସୁଧାରିଥାନ୍ତି। ମ୍ୟାଚ୍‌ରେ ସମସ୍ତଙ୍କ କଥା ଶୁଣନ୍ତି । ଖାସ୍‌ କରି ବୋଲରଙ୍କ କଥା ବେଶୀ ଶୁଣନ୍ତି ।ତେଣୁ ତାଙ୍କ କ୍ୟାପ୍‌ଟେନସିପ୍‌ରେ ଖେଳି ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି ।   

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.