ଗୌହାଟୀ: କୋଲକାତାର ଘାତକ ବୋଲିଂ ଆଗରେ ଧରାଶାୟୀ ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୫୧ ରନ୍ କରିବାରେ ସକ୍ଷମ ହୋଇଛି । ରାଜସ୍ଥାନ ପାଇଁ ଧ୍ରୁବ ଜୁରେଲ ସର୍ବାଧିକ ୩୩ ରନ୍ କରିଥିଲେ ।
IPL ୨୦୨୫ର ଷଷ୍ଠ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଗୌହାଟୀର ବରସାପାରା କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି । କେକେଆର ଅଧିନାୟକ ଅଜିଙ୍କ୍ୟା ରାହାଣେ ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ରାଜସ୍ଥାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ଦଳ ପକ୍ଷରୁ କୌଣସି ବଡ଼ ଭାଗୀଦାରି ହୋଇପାରି ନଥିଲା ।
ଓପନର ଯଶସ୍ୱୀ ଜୈସ୍ୱାଲ ୨୯, ସଞ୍ଜୁ ସାମସନ ୧୩, ରିୟାନ ପରାଗ ୨୫, ଧ୍ରୁବ ଜୁରେଲ ୩୩ ରନ୍ କରିଥିଲେ । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ବୈଭବ ଅରୋରା, ହର୍ଷିତ୍ ରାଣା, ମୋଇନ୍ ଅଲି, ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ ।