ମନ୍ତ୍ରୀ ନୁହେଁ, ଆର୍‌ଏସ୍‌ଏସ ନିଯୁକ୍ତ ପ୍ରତିନିଧି ଚଳାଉଛନ୍ତି ମନ୍ତ୍ରଣାଳୟ: ରାହୁଲ ଗାନ୍ଧୀ

Published By : Prameya-News7 Bureau | August 19, 2023 IST

ନୂଆଦିଲ୍ଲୀ: କେନ୍ଦ୍ରରେ କୌଣସି ମନ୍ତ୍ରୀ ନିଜ ମନ୍ତ୍ରଣାଳୟ ଚଳାଉ ନାହାନ୍ତି ବରଂ ଆର୍‌ଏସ୍‌ଏସ୍ ଦ୍ୱାରା ନିୟୋଜିତ ବ୍ୟକ୍ତିମାନେ ମନ୍ତ୍ରଣାଳୟ ଚଳାଉଛନ୍ତି ଓ ପରାମର୍ଶ ଦେଉଛନ୍ତି। ଆର୍‌ଏସ୍ଏସ୍‌ ବିରୋଧରେ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଗତକାଲି(ଅଗଷ୍ଟ ୧୯) ରାହୁଲ ଲଦାଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ଟିପ୍ପଣୀ କରିଛନ୍ତି। ଜାମ୍ମୁ-କାଶ୍ମୀର ଅଲଗା ହୋଇ ଲାଦଖ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ପ୍ରଥମ ଥର ପାଇଁ ଲଦାଖ ଗସ୍ତ କରିଛନ୍ତି ରାହୁଲ। ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧୀ ଆର୍‌ଏସ୍ଏସ୍ ବିରୋଧରେ କଡ଼ା ଟିପ୍ପଣୀ କରିଛନ୍ତି।

ବିଜେପିର ଆଦର୍ଶ ଆର୍‌ଏସ୍‌ଏସ ଦେଶର ପ୍ରତ୍ୟେକ ସଂସ୍ଥାନରେ ନିଜ ଲୋକଙ୍କୁ ବସାଉଛି। ଦେଶର ସବୁ ସଂସ୍ଥା ଚଳାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ସେ ଆହୁରି କହିଛନ୍ତି “କେନ୍ଦ୍ର ସରକାରରେ ଆପଣ ଯେଉଁ କୌଣସି ମନ୍ତ୍ରୀଙ୍କୁ ବି ପଚାରିବେ ସେ କହିବେ ଯେ ସେମାନେ ପ୍ରକୃତରେ ସେମାନଙ୍କର ମନ୍ତ୍ରଣାଳୟ ଚଳାଉ ନାହାଁନ୍ତି। ଆରଏସଏସ ଦ୍ୱାରା ନିୟୋଜିତ ଲୋକମାନେ ମନ୍ତ୍ରଣାଳୟ ଚଳାଉଛନ୍ତି ଏବଂ ସବୁକିଛି ପରାମର୍ଶ ଦେଉଛନ୍ତି।"

ପଢନ୍ତୁ-ଏହି ଆସନରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ; ଖୁଲାସା କଲେ ୟୁପି କଂଗ୍ରେସ ମୁଖ୍ୟ

ଲଦାଖ ଗସ୍ତରେ ଯାଇ ରାହୁଲ ଲେହର ଯୁବବର୍ଗଙ୍କୁ ଭେଟିଥିଲେ। ସେମାନଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟମରେ ରାହୁଲ କହିଛନ୍ତି “୧୯୪୭ରେ ଭାରତ ସ୍ୱାଧୀନତା ପାଇଲା ଏବଂ ସ୍ୱାଧୀନତାକୁ ମଜବୁତ କରିବା ପାଇଁ ଭାରତର ଏକ ସମ୍ବିଧାନ ଅଛି। ସମ୍ବିଧାନ ହେଉଛି ନିୟମର ଏକ ସମୁହ। ଆଉ ଆମେ ସମ୍ବିଧାନ ସମର୍ଥିତ ଏକ ସଂସ୍ଥା ଗଢ଼ି ସମ୍ବିଧାନକୁ କାର୍ଯ୍ୟରେ ପରିଣତ କରୁ। ହେଲେ ବିଜେପି ଓ ଆର୍‌ଏସ୍‌ଏସ୍‌ ଉକ୍ତ ସଂସ୍ଥାନର ମୁଖ୍ୟ ସ୍ଥାନରେ ନିଜ ଲୋକଙ୍କୁ ବସାଉଛନ୍ତି।”

ତେବେ ରାହୁଲଙ୍କ ଏହି ବୟାନକୁ ନେଇ ଆର୍‌ଏସ୍‌ଏସ୍ କିମ୍ବା ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଲିପାରି ନାହିଁ। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଲେହର ଯୁବକମାନଙ୍କ ସହିତ ଫୁଟ୍‌ବଲ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ଖବରଟିକୁ ବି ପଢନ୍ତୁ-ବଘେଲ ବନାମ ବଘେଲ, ଛତିଶଗଡ଼ରେ ପୁଣି ଥରେ ଦାଦା-ପୁତୁରାଙ୍କ ମଧ୍ୟରେ ଲଢେଇ ! ୧-୧ରେ ଅଛନ୍ତି ବରାବର

{"width":837,"height":471}
Rahul Gandhi

ରାହୁଲ ଲଦାଖ ଗସ୍ତରେ ଯାଇଥିବା ବେଳେ ବାଇକ୍ ମଧ୍ୟ ଚଲାଇଛନ୍ତି। ସେ ବାଇକ୍ ଚଲାଇ ପାଙ୍ଗଙ୍ଗ୍ ହ୍ରଦକୁ ଯାଉଥିବା ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ ଫଟୋ ଶେୟାର କରିଛନ୍ତ ରାହୁଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.