ରୁଷ୍‌ର ମୁନ୍‌ ମିଶନ୍‌; ଅଗଷ୍ଟ ୧୧ରେ ଲୁନା-୨୫ର ପ୍ରକ୍ଷେପଣ, ଚନ୍ଦ୍ରଯାନ-୩ ପୂର୍ବରୁ କରିବ ଲ୍ୟାଣ୍ଡିଂ

Published By : Prameya-News7 Bureau | August 08, 2023 IST

ମସ୍କୋ,୮/୮: ଭାରତର ଚନ୍ଦ୍ରଯାନ-୩ ପରେ ଏବେ ରୁଷ୍‌ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରୁଷ୍‌ର ଜଣେ  ଅଧିକାରୀଙ୍କ ମୁତାବକ, ଅଗଷ୍ଟ ୧୧ରେ  ମୁନ୍‌ ମିଶନ୍‌ ଲୁନା-୨୫ର ପ୍ରକ୍ଷେପଣ  କରାଯିବ । ଦୀର୍ଘ ୫୦ ବର୍ଷର ବ୍ୟବଧାନ  ପରେ ରୁଷ୍‌ ଏହାର ମିଶନ ପଠାଉଛି ।  ଏହା ପୂର୍ବରୁ ୧୯୭୬ରେ ମିଶନ ଲୁନା-୨୪ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ।

ଭାରତ  ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ କରିଥିଲା । ଅଗଷ୍ଟ ୨୩ରେ ଏହା ଚନ୍ଦ୍ରପୃଷ୍ଠରେ ପାଦ ରଖିବ । ସେପଟେ ରୁଷ୍‌ର ଲୁନା-୨୫କୁ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ଅବତରଣ କରିପାରେ । ଚନ୍ଦ୍ରର ଦକ୍ଷିଣ ପୋଲ୍‌ରେ ଲୁନା-୨୫ର ଅବତରଣ ପାଇଁ ରୁଷ୍‌ ଚେଷ୍ଟା ଚଳାଇଛି । ଏହି ପୋଲ୍‌ରେ ପାଣି ମିଳିବା ସମ୍ଭାବନା ରହିଛି । ସୂଚନା ମୁତାବକ, ରୁଷ୍‌ ଭୋସ୍ତୋଚନି କୋସ୍‌ମୋଡ୍ରୋମ୍‌ରୁ  ଲୁନା-୨୫ର ଉତ୍‌କ୍ଷେପଣ କରିବ । ଏହି  ସ୍ଥାନ ରାଜଧାନୀ ମସ୍କୋଠାରୁ ୫,୫୫୦  କିମି ପୂର୍ବରେ ରହିଛି । ରୁଷ୍‌ର ମହାକାଶ  ଏଜେନ୍ସି ରୋସ୍‌କୋସ୍‌ମୋସ୍‌ ପକ୍ଷରୁ ଲୁନା-୨୫ ପ୍ରକ୍ଷେପଣ ନେଇ ସ୍ପଷ୍ଟ କରାଯାଇଛି ।  ଏଜେନ୍ସି ମୁତାବକ ଲୁନା-୨୫ ପ୍ରକ୍ଷେପଣର ୫ ଦିନରେ ଚନ୍ଦ୍ରରେ ପହଞ୍ଚିବ । ଏହାପରେ ୫-୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରର ଅର୍ବିଟ୍‌ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.