ନୂଆଦିଲ୍ଲୀ ୧୧।୦୭: ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍ । ୟୁକ୍ରେନ ସହ ଯୁଦ୍ଧ ପରଠାରୁ ରହିଛନ୍ତି ଖୁବ୍ ଚର୍ଚ୍ଚାରେ । କୁହାଯାଉଛି କି ପୁଟିନଙ୍କୁ ଘାରିଛି ହତ୍ୟା ଭୟ । ସୁରକ୍ଷା ପାଇଁ ସେ ବୁଲେଟ୍ ପ୍ରୁଫ୍ ଟ୍ରେନ ଯାତ୍ରା କରୁଛନ୍ତି । ଏମିତିକି ଟ୍ରେନ ଉପରେ AK-47 ବୁଲେଟର ମଧ୍ୟ ପଡେନି କୌଣସି ପ୍ରଭାବ । ସବୁଠାରୁ ବଡ କଥା ହେଉଛି ଏହା ସୁପର ଲଗଜୁରୀ ଟ୍ରେନ୍ । ଏଥିରେ ରହିଛି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା । ଯାହା ପୁଟିନଙ୍କୁ ଦେଉଛି ସୁରକ୍ଷା ।
{"id":815586,"width":841,"height":441,"sizeSlug":"full","linkDestination":"none"}କୁହାଯାଉଛି କି ୟୁକ୍ରେନ ସହ ଯୁଦ୍ଧ ଆରମ୍ଭରୁ ହିଁ ପୁଟିନ ବଙ୍କରରେ ରହୁଛନ୍ତି । ଆଉ ଗୋଟିଏ ବଙ୍କରରୁ ଅନ୍ୟ ବଙ୍କରକୁ ଯିବା ପାଇଁ ସେ ବ୍ୟବହାର କରିଥାନ୍ତି ଏକ ବୁଲେଟ ପ୍ରୁଫ୍ ଟ୍ରେନ୍ । ଟ୍ରେନଟି ଲେଭଲ୍ ୩ ପ୍ଲସ୍ ବୁଲେଟ୍ ପ୍ରୁଫ୍ । ଏହାର ଅର୍ଥ ହେଉଛି AK 47 ଏବଂ SVD ରାଇଫଲ ମଧ୍ୟ ଟ୍ରେନ ଉପରେ ପକାଇ ପାରିବନି କୌଣସି ବି ପ୍ରଭାବ । ଏହାବ୍ୟତୀତ ଆବଶ୍ୟକସ୍ଥଳେ ଟ୍ରେନ୍ରୁ ଆକ୍ରମଣ କରିବା ପାଇଁ ମଧ୍ୟ କରାଯାଇଛି ଛିଦ୍ର ।
{"id":815587,"width":839,"height":629,"sizeSlug":"full","linkDestination":"none"}ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଟ୍ରେନରେ ରହିଛି ସମସ୍ତ ସୁବିଧା । ଟ୍ରେନ ଭିତରେ ଡାକ୍ତରଖାନା ଠାରୁ ଆରମ୍ଭ କରି ଫୁଲ୍ ସାଇଜ୍ ଟଏଲେଟ, ଜିମ୍, ସେଲୁନ୍ ଏବଂ ଏକ ଭେଣ୍ଟିଲେଟର ରହିଛି । ଆଉ ଏମିତି ଏକ ଜରୁରୀକାଳୀନ ରୁମ ମଧ୍ୟ ରହିଛି, ଯେଉଁଥିରେ ଆବଶ୍ୟକତାର ସବୁ ଜିନିଷ ମିଳିବ । ତେବେ ଟ୍ରେନକୁ ନେଇ ଚର୍ଚ୍ଚାର କାରଣ ହେଉଛି ଏହି ଟ୍ରେନର ବାଥ୍ରୁମ୍ । ଯାହାର ଦାମ୍ କରିଦେବ ଚକିତ । ଲଗଜୁରୀ ଟ୍ରେନ୍ରେ ଥିବା ବାଥ୍ରୁମର ଦାମ୍ ହେଉଛି ୩୩ କୋଟି ଟଙ୍କା ।
{"id":815588,"width":839,"height":629,"sizeSlug":"full","linkDestination":"none"}ପୁଟିନଙ୍କ ଏହି ଲଗଜୁରୀ ଟ୍ରେନ୍ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଗତି କରିପାରିବ । ସୁରକ୍ଷା କବଚ ଯୋଗୁଁ ଏହାର ଗତି ବହୁତ କମ୍ । ଏହାର ଏକ ସ୍ୱତନ୍ତ୍ର ଯୋଗାଯୋଗ ଉପକରଣ ଅଛି, ଯାହା ମାଧ୍ୟମରେ ପୁଟିନ ବିଶ୍ୱ ସହିତ ଯୋଡି ହୋଇରୁହନ୍ତି ।
You Can Read:
wp:embed {"url":"https://www.prameyanews7.com/ladakh-arayan-valley-where-foreign-women-get-pregnant/","type":"wp-embed","providerNameSlug":"prameya-news-7"} /wp:embed