ହ୍ୟାପି ବାର୍ଥ ଡେ ସଚିନ; ମାଷ୍ଟରବ୍ଲାଷ୍ଟରଙ୍କର ଜନ୍ମଦିନରେ ଜାଣନ୍ତୁ ତାଙ୍କର ଆଶ୍ଚର୍ଯ୍ୟକର ବିଶ୍ୱ ରେକର୍ଡର ତାଲିକା

Published By : Prameya-News7 Bureau | April 24, 2022 IST

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ଜନ୍ମଦିନ। ଆଜି ୪୯ ବର୍ଷରେ ପାଦ ଦେଲେ କ୍ରିକେଟ୍‌ ଗଡ୍। ସଚିନ କ୍ରିକେଟ ଇତିହାସରେ ଜଣେ କମ୍ବଦନ୍ତୀ ଖେଳାଳି। ବ୍ୟକ୍ତିତ୍ୱ ଯେମିତି କ୍ରିକେଟ୍‌କୁ ତାଙ୍କ ଅବଦାନ ବି ସେମିତି। ସେ କେବଳ ଭାରତରେ ନୁହେଁ ବିଦେଶରେ ବି ଜଣେ ଷ୍ଟାର। ଅନେକ କ୍ରିକେଟରଙ୍କର ସିଏ ରୋଲ୍ ମଡେଲ୍। ସଚିନଙ୍କ ଭଳି ବୋଧ ହୁଏ ଅନ୍ୟ କୌଣସି ଖେଳାଳି ଏତେ ସମ୍ମାନ ଓ ଭଲାଇପାବା ପାଇପାରି ନହାଁନ୍ତି।।

ଦୀର୍ଘ ୨୪ ବର୍ଷର କ୍ରିକେଟ୍ କ୍ୟାରିୟର ଭିତରେ ସଚିନ ତେନ୍ଦୁଲକର କେତେ କେତେ ରେକର୍ଡ ଭାଙ୍ଗିଛନ୍ତି ,କେତେ ରେକର୍ଡ ତିଆରି କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଏହି କ୍ରିକେଟ୍ ଆଇକନ୍‌ଙ୍କର ରେକର୍ଡ ଉପରେ ଟିକେ ନଜର ପକାଇ ନେବା।

{"id":618796,"sizeSlug":"full","linkDestination":"none"}

ଦିନିକିଆ କ୍ରିକେଟ୍‌ରେ ରେକର୍ଡ

୧. ଅନ୍ତର୍ଜାତୀୟ ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ କ୍ରିକେଟର।
୨.ସର୍ବାଧିକ ଶତକ ହାସଲକାରୀ (୪୯ ଶତକ)
୩. ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ(୯୬)
୪.ସର୍ବାଧିକ ଥର ୧୫୦ରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍(୫ଥର)
୫. ୧୯୯୮ ମସିହାର କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ ହାସଲକାରୀ (୧,୮୯୪ ରନ୍)

Happy Birthday Sachin Tendulkar: ...जब भारत के खिलाफ पाकिस्तान के लिए  फील्डिंग करने के लिए मैदान पर उतरे सचिन तेंदुलकर - Happy Birthday Sachin  Tendulkar when sachin filed for pakistan ...

୬. ୧୯୯୮ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର(୯ଟି)
୭. ଗୋଟିଏ ଟିମ୍ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ହାସଲର ରେକର୍ଡ(ଅଷ୍ଟ୍ରେଲିଆ ବିପକ୍ଷରେ ୯ ଶତକ)
୮.ସର୍ବାଧିକ ଚୌକା ମାରିଥିବା ବ୍ୟାଟର(୨.୦୧୬ ଟି)
୯.ସର୍ବାଧିକ ଦିନିକିଅ ମ୍ୟାଚ୍ ଖେଳିଥିବା ବ୍ୟାଟର(୪୬୩ ଟି)
୧୦. ଓଡିଆଇରେ ପ୍ରଥମ ଖେଳାଳି ଭାବେ ୧୦ ହଜାର ରନ ପୂରଣ(୧୮୪୨୬ ରନ୍)

Sachin the opener | Cricket | ESPNcricinfo.com


୧୧. ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହାସଲକାରୀ(୬୨ ଥର)
୧୨.ବିଶ୍ୱକପ୍‌ ମ୍ୟାଚ୍‌ଗୁଡ଼ିକରେ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ହାସଲକାରୀ(୯)
୧୩. ସର୍ବାଧିକ ମ୍ୟାନ୍‌ ଅଫ୍‌ ଦି ସିରିଜ୍ ଆୱାର୍ଡ(୧୫)
୧୪. ସଚିନ ୭ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଅଧିକ ରନ୍ କରି ବିଶ୍ୱ ରେକର୍ଡ କରିଛନ୍ତି। ସେହି ବର୍ଷଗୁଡ଼ିକ ହେଲା- ୧୯୯୪,୧୯୯୬,୧୯୯୭, ୧୯୯୮,୨୦୦୦, ୨୦୦୩, ଏବଂ ୨୦୦୭।
୧୫. ରାହୁଲ ଦ୍ରାଭିଡ଼ଙ୍କ ସହିତ ପ୍ରଥମ ସର୍ବାଧିକ ଦିନିକିଆ ପାର୍ଟନର୍ସିପ (ହାଇଦ୍ରାବାଦରେ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୩୩୧ ରନ୍‌ର ପାର୍ଟନର୍ସିପ ୧୯୯୯ ନଭେମ୍ବର ୯)। ଏହି ମ୍ୟାଚ୍‌ରେ ସଚିନ ୧୮୬ ରନ୍‌ କରିଥିବା ବେଳେ ଡ୍ରାଭିଡ୍ ୧୫୩ ରନ୍ କରିଥିଲେ।

{"width":752,"height":517}
Legendary Batsman Sachin Tendulkar Names His Batting Heroes

ଟେଷ୍ଟ ରେକର୍ଡ୍ସ

୧. ଟେଷ୍ଟରେ ଇତିହାସରେ ସର୍ବାଧିକ ଶତକ (୫୧)
୨. ବିଶ୍ୱର ପ୍ରଥମ ଓ ଏକ ମାତ୍ର କ୍ରିକେଟର ଯିଏ ଟେଷ୍ଟରେ ୫୦ ଶତକ ହାସଲ କରିଛନ୍ତି। ୨୦୧୦ ଡିସେମ୍ବର ୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନ୍‌ରେ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯାଉଥିବା ମ୍ୟାଚରେ ସେ ଏହି ରେକର୍ଡ କରିଥିଲେ।
୩. ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍(୧୫୯୨୧)
୪. ସବୁଠାରୁ କମ୍ ଇନିଂସରେ ଟେଷ୍ଟ କ୍ରିକେଟ୍‌ରେ ୧୦ ହଜାର ରନ ପୂରଣ(୧୯୫ ଇନିଂସ୍)।
୫. ଟେଷ୍ଟ କ୍ରିକେଟ୍‌ରେ ୧୨ ହଜାର ରନ ପୂରା କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍(୧୫୯୨୧ ରନ୍)।

{"width":753,"height":426}
Sachin Tendulkar's enthusiasm was evident right from an early age: Jatin  Paranjpe | Cricket Country

୬. ସର୍ବାଧିକ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ୍ ଖେଳିଥିବା କ୍ରିକେଟର (୨୦୦)।
୭. ଜଣେ ଭାରତୀୟ ବ୍ୟାଟର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟରେ ଶତକ ହାସଲକାରୀ ବ୍ୟାଟର (୭ଟି)।
୮.ଟେଷ୍ଟ କ୍ରିକେଟର୍‌ରେ ସର୍ବାଧିକ ଥର ୧୫୦ରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟର(୨୦  ଥର)।
୯. ଜଣେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ଜିତିଥିବା ବ୍ୟାଟର(୧୪)।
୧୦. ଗୋଟିଏ କ୍ୟାଲେଣ୍ଡର ବର୍ଷ ପାଇଁ ସର୍ବାଧିକ ଥର ୧୦୦୦ରୁ ଅଧିକ ରନ୍ କରି ବିଶ୍ୱ ରେକର୍ଡ କରିଥିବା ବ୍ୟାଟର- (୧୯୯୭,୧୯୯୯,୨୦୦୧,୨୦୦୨,୨୦୦୮ ଏବଂ ୨୦୧୦)।

{"width":756,"height":495}
Sachin Tendulkar farewell - India prepares to pay tribute: Lawrence Booth  and Paul Trevillion art | Daily Mail Online
pic- daily mail

୧୧. ପ୍ରଥମ ଭାରତୀୟ ଟେଷ୍ଟ କ୍ୟାପ୍ଟେନ୍ ଭାବେ ସର୍ବାଧିକ ୨୧୭ ରନ୍‌ କରିଥିବା ରେକର୍ଡ(୧୯୯୯)। ପରେ ୨୦୧୩ରେ ଏହି ରେକର୍ଡ ଭାଙ୍ଗି ଅଷ୍ଟ୍ରେଲିଆ ବିପକ୍ଷେ ୨୨୪ ରନ୍ କରିଥିଲେ।
୧୨. ଟେଷ୍ଟରେ ଶତକ ହାସଲ କରିଥିବା ସର୍ବ କନିଷ୍ଠ ବ୍ୟାଟର।(୧୭ ବର୍ଷରେ ଶତକ ହାସଲ)।
୧୩. ଟେଷ୍ଟ କ୍ରିକେଟ୍‌ରେ ଜଣଙ୍କ ସହିତ ସର୍ବାଧିକ ଶତକ ହାସଲ କରିଥିବା ରେକର୍ଡ।(ସଚିନ-ଡ୍ରାଭିଡ୍ ୧୯ରୁ ଅଧିକ ଶତକ)
୧୪. ବିଦେଶରେ ସର୍ବାଧିକ ଟେଷ୍ଟ ଶତକ(୨୯)
୧୫.ଗ୍ରାହମ ଗୁଚ୍‌ଙ୍କ ବ୍ୟତୀତ ସଚିନ ଏକମାତ୍ର ଖେଳାଳି ଯିଏ ୩୫ ବୟସ ପରେ ବି ୧୨ଟି ଶତକ ହାସଲ କରିଛନ୍ତି।
୧୬.ବିଶ୍ୱର ପ୍ରଥମ ଖେଳାଳି ଯିଏ ୨୦୦ ଟେଷ୍ଟ ମ୍ୟାଚ୍ ଖେଳିବାର ଗୌବର ହାସଲ କରିଛନ୍ତି।

Social network: How internet sensation kid ended up training with idol  Tendulkar- The New Indian Express

ଅନ୍ୟାନ୍ୟ ରେକର୍ଡ

୧. ବିଶ୍ୱର ପ୍ରଥମ ଖେଳାଳି ଯିଏ ୨୦ ବର୍ଷ ହେବା ପୂର୍ବରୁ ଟେଷ୍ଟରେ ୫ଟି ଶତକ ହାସଲ କରିସାରିଥିଲେ।
୨. ବିଶ୍ୱର ପ୍ରଥମ ଖେଳାଳି ଯିଏ ବିଶ୍ୱକପ୍‌ ମ୍ୟାଚ୍‌ରେ ୨୦୦୦ରୁ ଅଧିକ ରନ୍ କରିଛନ୍ତି(୨୨୭୮)।
୩. ଗୋଟଏ ବିଶ୍ୱକପ୍‌ରେ ସର୍ବାଧିକ ରନ୍(୬୭୩ ରନ୍ ମସିହା ୨୦୦୩)
୪.ଦିନିକିଆରେ ୧୫ ହଜାରରୁ ଅଧିକ ରନ୍ କରିଥିବା ୧୫୦ରୁ ଅଧିକ ୱିକେଟ୍ ନେଇଥିବା ପ୍ରଥମ କ୍ରିକେଟର।
୫. ୫୦ ଅନ୍ତର୍ଜାତୀୟ ଶତକ ହାସଲକାରୀ ପ୍ରଥମ ବ୍ୟାଟର(ଟେଷ୍ଟ/ଦିନିକିଆ)

A Hotel Staff Served Me My Dosa And Advised Me How To Fix My Bat Swing:  Sachin Tendulkar

୬. ପ୍ରଥମ ବ୍ୟାଟର ୬୦ ଅନ୍ତର୍ଜାତୀୟ ଶତକହାସଲକାରୀ(ଟେଷ୍ଟ/ଦିନିକିଆ)
୭. ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ଏକମାତ୍ର ବ୍ୟାଟର(ଟେଷ୍ଟ/ଦିନିକିଆ)।
୮.୩୦ ହଜାର ଅନ୍ତର୍ଜାତୀୟ ରନ୍ ପୂରା କରିଥିବା ଏକମାତ୍ର କ୍ରିକେଟର(ଟେଷ୍ଟ/ଦିନିକିଆ)।
୯. ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫିର ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଏକମାତ୍ର ଖେଳାଳି ହେବାର ଗୌରବ।
୧୦. ବିଶ୍ୱକପ୍‌ରେ ସର୍ବାଧିକ ଶତକ(୬)।

{"width":745,"height":421}
Sachin Tendulkar 175 vs Australia: A heart-breaking throwback to the 1990s  | Cricket Country

୧୧. ବିଶ୍ୱକପ୍‌ରେ ଖେଳିଥିବା ମ୍ୟାଚ୍‌ରେ ସଚିନ ୨୧ ଥର ଅର୍ଦ୍ଧଶତକ ରନ୍‌ ପାର କରିଛନ୍ତି(ବିଶ୍ୱକପ୍‌ରେ ୬ ଶତକକୁ ମିଶାଇ)।
୧୨. ଦିନିକିଆ, ଟେଷ୍ଟ ଓ ଟି-୨୦ ରେକର୍ଡକୁ ଦେଖିଲେ ସଚିନ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ବାଉଣ୍ଡ୍ରି ଲଗାଇଛନ୍ତି।
୧୩. ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ତିନି ଫର୍ମାଟ୍‌ରେ ସଚିନ ସର୍ବାଧିକ ଥର ମ୍ୟାନ୍ ଅଫ୍‌ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍‌ ଦି ସିରିଜ୍ ଆୱାର୍ଡ ହାତେଇଛନ୍ତି।(୧୪ଟି ଟେଷ୍ଟରୁ ୬୨ଟି ଦିନିକିଆରୁ ମୋଟ ୭୬ ଥର ପୁରସ୍କୃତ)।
୧୪. ସର୍ବାଧିକ ଥର ମ୍ୟାନ୍ ଅଫ୍‌ ଦି ସିରିଜ ପୁରସ୍କାର(୨୦ରୁ ୫ ଟେଷ୍ଟ ଓ ୧୫ ଦିନିକିଆରୁ )
୧୫. ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଚିନ- ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ୩୮ଥର ଶତକୀୟ ଭାଗିଦାରୀ ହୋଇଛି। ଯାହା ବିଶ୍ୱ ରେକର୍ଡ।(କ୍ରିକେଟ୍‌ରେ ୩ ଫର୍ମାଟ୍‌ରେ)।

Sourav Ganguly: We would've scored 4000 more runs with two new balls,  Sourav Ganguly tells Sachin Tendulkar | Cricket News - Times of India

୧୬. ସଚିନ-ସୌରଭଙ୍କ ଯୋଡ଼ି ୧୨,୪୦୦ ରନ୍ କରି ମଧ୍ୟ ବିଶ୍ୱ ରେକର୍ଡ କରିଛନ୍ତି।
୧୭. ୨୫ ଏପ୍ରିଲ୍‌ରୁ ୧୯୯୦ ଏବଂ ୨୪ ଏପ୍ରିଲ୍‌ରୁ ୧୯୯୮ ସଚିନ ଭାରତକୁ ପ୍ରତିନିଧିତ୍ୱ କରି ଲଗାତର ୨୩୯ ମ୍ୟାଚ୍ ଖେଳିଛନ୍ତି(୫୪ ଟେଷ୍ଟ ଏବଂ ୧୮୫ ଦିନିକିଆ)। କୌଣସି ଗୋଟିଏ ବି ମ୍ୟାଚ୍ କ୍ୟାନ୍‌ସଲ କରି ନାହାଁନ୍ତି। କୌଣସି ଟିମ୍ ପାଇଁ ଲଗାତର ଏତେ ସଂଖ୍ୟକ ମ୍ୟାଚ୍ ଖେଳିବା ଆଜି ପର୍ଯ୍ୟନ୍ତ ବିଶ୍ୱ ରେକର୍ଡ ହୋଇ ରହିଛି।

Which current bowlers could dismiss Sachin Tendulkar and Sourav Ganguly?

୧୮. ସଚିନ ପ୍ରଥମ ଓ ଏକମାତ୍ର ବ୍ୟାଟର ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ର ୧୦୦ଟି ଶତକ ହାସଲ କରିଛନ୍ତି(ଉଭୟ ଟେଷ୍ଟ ଦିନିକିଆ)। ୨୦୧୨ ମାର୍ଚ୍ଚ ୧୬ ତାରିଖରେ ବାଂଲାଦେଶର ମୀରପୁର ଠାରେ ଖେଳାଯାଉଥିବା ଏସିଆ କପ୍‌ର ଚତୁର୍ଥ ମ୍ୟାଚ୍‌ରେ ସେ ଏହି ରେକର୍ଡ ହାସଲ କରିଥିଲେ। ସେ ଏଥିରେ ୪୯ ତମ ଶତକ ହାସଲ କରିଥିବା ବେଳେ ଏହା ତାଙ୍କର ଶେଷ ଅନ୍ତର୍ଜାତୀୟ କ୍ରିକେଟ୍‌ ଥିଲା। ସଚିନଙ୍କ ପଛକୁ ଅଷ୍ଟ୍ରେଲିଆ କ୍ରିକେଟର ରିକି ପଣ୍ଟିଂ ଓ ବିରାଟ କୋହଲି ୭୦ ତମ ଶଥକ ହାସଲ କରିବାର ରେକର୍ଡ କରିଛନ୍ତି।

Dravid: 'I'd pick Sachin Tendulkar to bat for my life'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.