କଞ୍ଜ୍ୟୁମର ରିଡ୍ରେସ କମିଶନଙ୍କ ବଡ଼ ନିଷ୍ପତ୍ତି, ୯% ସୁଧ ସହିତ ନିବେଶକଙ୍କୁ ରାଶି ପୈଠ ଲାଗି ସାହାରା ଇଣ୍ଡିଆକୁ ନିର୍ଦ୍ଦେଶ

Published By : Prameya-News7 Bureau | July 09, 2022 IST

ଗୋପାଲଗଞ୍ଜ ୯।୭:  ସାହାରା ଇଣ୍ଡିଆରେ ଦେଶର କୋଟି କୋଟି ଲୋକେ ନିବେଶ କରିଛନ୍ତି। ତେବେ ଲୋକେ ସେମାନଙ୍କ କଷ୍ଟାର୍ଜିତ ନିବେଶ ଫେରି ପାଇବା ଲାଗି ଏବେ ସରକାରୀ କାର୍ଯ୍ୟାଳୟଙ୍କ ଚକ୍କର କାଟୁଛନ୍ତି। ଗତ ଦିନରେ କମ୍ପାନୀ ପକ୍ଷରୁ ଏକ ପତ୍ର ଜାରି କରାଯାଇଥିଲା। ଏଥିରେ କମ୍ପାନୀ ନିବେଶକଙ୍କ ଜମା ସେବିଙ୍କୁ ଦେଇଦେଇଥିବା କହିଥିଲେ, ହେଲେ ଏବେବି ଅନେକ ନିବେଶକ ସେମାନଙ୍କ ଜମା ଫେରି ପାଇବାକୁ ବାରଦ୍ୱାର  ସୁଣ୍ଢିପିଣ୍ଡା ହେଉଛନ୍ତି। ଏଥିରେ ଜନୈକ ନିବେଶକଙ୍କ ପିଟିସନ ଉପରେ ଶୁଣାଣି କରି ଜିଲ୍ଲା କଞ୍ଜ୍ୟୁମର ରିଡ୍ରେସ୍ କମିଶନ ବଡ଼ ରାୟ ଦେଇଛନ୍ତି।

ସୂଚନା ଅନୁସାରେ ସିଦ୍ଧଭଲିଆ ଥାନା ପରୋସନି ଗାଁର କେଶବ କୁମାର ସିଂହ ସାହାରା ଇଣ୍ଡିଆର ବରୋଲୀ ଶାଖାରେ ଶାହାରା କ୍ୟୁସପ୍ ୟୁନିୟନ ପ୍ରଡକ୍ଟସ୍ ସ୍କିମରେ ୩ଟି ଫିକ୍ସ ଡିପୋଜିଟ ମାଧ୍ୟମରେ ମୋଟ ୫୯ ହଜାର ୯୦୦ଟଙ୍କା ଜମା କରିଥିଲେ। ଏହି ଜମା ପରିପକ୍ୱତାରେ ତାଙ୍କୁ ମୂଳ ଧନର ଅଢେଇ ଗୁଣା ମିଳିବାର ଥିଲା। ତେବେ ତାଙ୍କ ପରିପକ୍ୱ ତିଥି ହୋଇଯାଇଥିଲେ ମଧ୍ୟ ସାହାରା ଇଣ୍ଡିଆ ତାଙ୍କ ଜମା ରାଶି ଫେରାଉନଥିବା ସିଂହ  ଜିଲ୍ଲା କଞ୍ଜ୍ୟୁମର ରିଡ୍ରେସ୍ କମିଶନରେ ଅଭିଯୋଗ କରିଥିଲେ।

{"id":653813,"width":842,"height":364,"sizeSlug":"full","linkDestination":"none"}

ତେବେ ମୋକଦ୍ଦମାର ଶୁଣାଣିରେ ଜମା ପରିପକ୍ୱତାରେ ମୂଳ ଧନର ଅଢେଇଗୁଣା ରାଶି ମିଳିବାର ଦାବି ଆବେଦକ ପ୍ରମାଣିତ କରିପାରି ନାହାନ୍ତି। ଏଣୁ ଆୟୋଗଙ୍କ ଅଧ୍ୟକ୍ଷ ଜନାର୍ଦ୍ଦନ ତ୍ରିପାଠୀ ଓ ସଦସ୍ୟ ମନମୋହନ କୁମାର ବାଦୀଙ୍କୁ ଜମା ରାଶି ଉପରେ ୯ ପ୍ରତିଶତ ସୁଧ ସହ ମୂଳଧନ ପୈଠ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆବେଦକଙ୍କୁ ତାଙ୍କ ଶାରୀରିକ, ଆର୍ଥିକ ଓ ମାନସିକ କ୍ଷତି ଲାଗି ୧୦ ହଡାର ଟଙ୍କା ଓ ମୋକଦ୍ଦମା ବାବଦ ବ୍ୟୟ ନିମନ୍ତେ ଅତିରିକ୍ତ ୩ ହଜାର ଟଙ୍କା ୨ ମାସ ମଧ୍ୟରେ ପୈଠ କରିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସାହାରା ଇଣ୍ଡିଆରେ ନିବେଶକଙ୍କ ଅର୍ଥ ଅଟକି ରହିବାର ଏହା ପ୍ରଥମ ମାମଲା ନୁହେଁ। ବିହାରରେ ପୃଥକ ପୃଥକ ନ୍ୟାୟାଳୟରେ ତଥା ପାଟନା ହାଇକୋର୍ଟରେ ଶହଶହ ମାମଲା ବିଚାରଧୀନ ରହିଛି। ତେବେ ପାଟନା ହାଇକୋର୍ଟରେ ସାହାରା ଇଣ୍ଡିଆ ପକ୍ଷରୁ ନିବେଶକଙ୍କ ଅର୍ଥ ସେବୀ ଅଟକ ରଖିଥିବା ଓ ତାଙ୍କ ପାଣ୍ଠି ଉପରେ ଜାରି କଟକଣା ସମାପ୍ତ ହେବା ମାତ୍ରେ ନିବେଶକଙ୍କ ଅର୍ଥ ଫେରାଇ ଦିଆଯିବ ବୋଲି କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.