ବ୍ଲକ ପରିସରରେ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | July 26, 2024 IST

ବିନିକା: ବ୍ଲକ ପରିସରରେ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ। ଲହୁଲୁହାଣ ହେଲେ ସରପଞ୍ଚ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ପରିସରରେ।

ସୂଚନା ଅନୁଯାୟୀ, ଈଛାପୁରର ସରପଞ୍ଚ ପ୍ରଶାନ୍ତ ସାହୁକୁ ଦୁଇଜଣ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛନ୍ତି । ସରପଞ୍ଚ ପ୍ରଶାନ୍ତ ସାହୁ ବ୍ଲକକୁ କିଛି କାମ ପାଇଁ ଆସିଥିବାବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି। ସରପଞ୍ଚ ବ୍ଲକ୍‌ ପରିସରରେ ଥିବା ସମୟରେ, ଦୁଇ ଜଣ ଯୁବକ ଏକ ବାଇକରେ ଆସି ତାଙ୍କ ଉପରକୁ ଧାରୁଆ ଅସ୍ତ୍ର ଏବଂ ଲୁହା ପାଇପ୍‌ରେ ଆକ୍ରମଣ କରିଥିଲେ। ଏଥିରେ ପ୍ରଶାନ୍ତଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। 

ଆକ୍ରମଣ ପରେ ଦୁର୍ବୃତ୍ତମାନେ ସଙ୍ଗେ ସଙ୍ଗେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଗୁରୁତର ପ୍ରଶାନ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣାରେ ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳରେ ତଦନ୍ତ  ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.