ଶିକ୍ଷୟିତ୍ରୀଙ୍କ ଅଭିଭାବକ ପ୍ରତି ଦୁର୍ବ୍ୟବହାର ପ୍ରତିବାଦ, ସ୍କୁଲ୍ ଗେଟ୍ ରେ ୨ ଦିନ ହେବ ପଡିଛି ତାଲା

Published By : Prameya-News7 Bureau | July 27, 2024 IST

କରଞ୍ଜିଆ ୨୭/୦୭: ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଜଣେ ଅବିଭାବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ପ୍ରତିବାଦରେ ୨ ଦିନ ହେବ ସ୍କୁଲ୍ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଗୋଇଲୀ ପ୍ରାଥମିକ ବିଦ୍ୟାଳୟରେ । 

ଶୁକ୍ରବାର ଜଣେ ଅଭିଭାବକ ସ୍କୁଲର ଫୁଲଗଛ ବାବଦରେ ଶିକ୍ଷୟିତ୍ରୀ ଜଣଙ୍କୁ ପଚାରିବାରୁ ସେ ହୋଠାତ୍ ଉତିିକ୍ଷୀପ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନେ ଏହାର ପ୍ରତିବାଦରେ ସ୍କୁଲ୍ ଗେଟ୍ ରେ ତାଲା ପକାଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ଦାବିକରି ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କଲାପରେ ଆଜି ଏକ ୫ ଜଣିଆ ଟିମ୍ ସ୍କୁଲ୍ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରି ଯାଇଛନ୍ତି । 

ସେପଟେ ଏହି ଘଟଣାକୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣଙ୍କ ଏଡାଇ ଦେଇଥିବା ବେଳେ ତଦନ୍ତର ରିପୋର୍ଟ ପ୍ରଦାନ କରି ସାରିବା ପରେ ଉପରିସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଯଶିପୁର ସହ ଗୋଷ୍ଠୀ ଶିକ୍ଷାଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.