ଶେଖ ହସିନାଙ୍କୁ ବାଂଲାଦେଶ ପଠାଅ ! ଭାରତ ସରକାରଙ୍କୁ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖିଲେ ୟୁନୁସ ସରକାର

Published By : Prameya-News7 Bureau | December 23, 2024 IST

livehindustan

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ଶେଖ ହସିନାଙ୍କୁ ପଠାଇବା ପାଇଁ ଭାରତ ନିକଟରେ ଦାବି କରିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ସରକାର ଏ ନେଇ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଲେଖା ହୋଇଛି ଯେ, ଶେଖ ହସିନାଙ୍କୁ ଢାକା ପଠାଇ ଦିଆଯାଉ। ସଂପ୍ରତି ବାଂଲାଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କୌଣସି ଏକ ଅଜ୍ଞାତ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ଅଗଷ୍ଟ ୫ରେ ବାଂଲାଦେଶରେ ଘଟିଥିବା ହିଂସାକାଣ୍ଡ ସମୟରେ ସେ ଦିଲ୍ଲୀ ଚାଲି ଆସିଥିଲେ। ତାଙ୍କୁ ବାଂଲାଦେଶର ବାୟୁସେନାର ଏକ ବିମାନ ଗାଜିଆବାଦର ହିଣ୍ଡନ ଏୟାରବେସ୍ ପର୍ଯ୍ୟନ୍ତ ଛାଡ଼ି ଆସିଥିଲା। ତେବେଠୁ ହସିନା ଭାରତରେ ଅଛନ୍ତି। ନିକଟରେ ଭର୍ଚୁଆଲ ମାଧ୍ୟମରେ ସେ ନିଜର ପାର୍ଟି ଆବାମୀ ଲିଗ୍‌ର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।

Also read: ଆସିଲା ନୂଆ ଡିଭାଇସ୍‌; ଦୂର ହେବ ବିଜୁଳି ଅଭାବ, ଟ୍ରାଫିକ୍ ଧୂଆଁରୁ ବାହାରିବ ବିଜୁଳି

ସୋମବାର ବାଂଲାଦେଶ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା ଜାହାଙ୍ଗୀର ଆଲମ କହିଛନ୍ତି ଯେ, ତାଙ୍କ ବିଭାଗ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ପଳାତକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବାଂଲାଦେଶ ଆଣିବା ପାଇଁ ଭାରତ ସରକାରଙ୍କଠାରେ ଦାବି କରିବାକୁ କହିଛି। ଏହା ପରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତଠୁ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରିଛି।

ଭାରତ ଓ ବାଂଲାଦେଶର ସରକାର ମଧ୍ୟରେ  ୨୦୧୩ରେ ପ୍ରତ୍ୟର୍ପଣକୁ ନେଇ ଚୁକ୍ତି ହୋଇଥିଲା। ଏହା ଅନୁଯାୟୀ, ଅଭିଯୁକ୍ତ କିମ୍ବା ପଳାତକଙ୍କୁ ପରସ୍ପର ଦେଶକୁ ପ୍ରତ୍ୟର୍ପଣ କରାଯିବ। ବାଂଲାଦେଶ ସରକାର କହିଛନ୍ତି, ଏହି ଚୁକ୍ତି ଆଧାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରାଯାଇଛି। ତେବେ ଏହି ପ୍ରତ୍ୟର୍ପଣ ସନ୍ଧିର ଗୋଟିଏ ଧାରାରେ ଏହା ଉଲ୍ଲେଖ ରହିଛି ଯେ, ପ୍ରତ୍ୟର୍ପିତ  ହେବାକୁ ଥିବା ବ୍ୟକ୍ତିଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଯଦି ରାଜନୈତିକ ପ୍ରକୃତିର ହୋଇଥିବ ତେବେ ପ୍ରତ୍ୟର୍ପଣ ଅନୁରୋଧ ଖାରଜ କରାଯିବ। 

Also read: ସନ୍ନି ଲିଓନିଙ୍କ ନାଁରେ ସରକାରୀ ଯୋଜନା; ମାସକୁ ଏକ ହଜାର ଲେଖାଏଁ ଟଙ୍କା ହଡ଼ପ

ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁସାରେ ରାଜନୈତିକ ମାମଲାକୁ ବାଦ୍ ଦେଇ ଅପରାଧରେ ସାମିଲ ବ୍ୟକ୍ତିଙ୍କ ପ୍ରତ୍ୟର୍ପଣ ଦାବି କରାଯାଇ ପାରିବ। ଏହି ଅପରାଧରେ ଆତଙ୍କବାଦ, ବୋମା ବିସ୍ଫୋରଣ, ହତ୍ୟା ଓ ନିଖୋଜ ମାମଲା ସାମିଲ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଗଣହତ୍ୟା, ଲୁଟ୍‌ପାଟ୍ ଓ ଷଡ଼ଯନ୍ତ୍ର ଅଭିଯୋଗ ସାମିଲ୍।ଏହା ବ୍ୟତୀତ ବାଂଲାଦେଶର ଏକ ଆୟୋଗ ଶେଖ ହସିନାଙ୍କ ବିରୋଧରେ ଲୋକଙ୍କ ଗାଏବ କରିବାର ମାମଲା ରୁଜୁ କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.