ସଫଳ ହୋଇଛି ବ୍ୟାଟ୍ ଉଦ୍ଧାରି ଟେକ୍‌ନିକ୍, ଅନେକ ଥର ତିଆରି ହୋଇଛି ନୂଆ ରେକର୍ଡ

Published By : Prameya-News7 Bureau | July 22, 2024 IST

ନୂଆଦିଲ୍ଲୀ ୨୨/୦୭: ଡେବ୍ୟୁ ମ୍ୟାଚ୍ରେ ଫ୍ଲପ୍ । ହେଲେ ସେକେଣ୍ଡ ମ୍ୟାଚ୍ରେ ଚମକିଲେ । ବ୍ୟାଟ୍ରୁ ହେଲା ରନ୍ ବର୍ଷା । ୪୭ ବଲ୍ରେ କଲେ ଧୂଆଁଧାର ଶତକ । ଯେଉଁଥିରେ ଥିଲା ୭ ଚଉକା ଓ ୮ ଛକ୍କା । ଆମେ କହୁଛୁ ୟୁବିଙ୍କ ଶିଷ୍ୟ ଅଭିଷେକ ଶର୍ମାଙ୍କ କଥା । ତେବେ ତାଙ୍କର ଏହି ଧୂଆଁଦାର ଶତକ ପଛରେ ଥିଲା ଗିଲ୍ଙ୍କ ହାତ । କାରଣ ଗିଲ୍ଙ୍କ ବ୍ୟାଟ୍ ଉଧାର ନେଇ ମୈଦାନକୁ ଓହ୍ଲାଇଥିଲେ ଅଭିଷେକ । ତେବେ କେବଳ ଅଭିଷେକ ନୁହେଁ ଅନେକ ମହାରଥୀଙ୍କ ନାଁରେ ରହିଛି ଏହି ରେକର୍ଡ । ଲିଷ୍ଟରେ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦଙ୍କ ସହ ରିଙ୍କୁ ସିଂହ ବି ସାମିଲ । ଆସନ୍ତୁ ଜାଣିବା ମହାରଥୀଙ୍କ ରେକର୍ଡ । 



ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ଦୁହେଁ ଘନିଷ୍ଠ ବନ୍ଧୁ । ଉଭୟ ଜୁନିୟର ସ୍ତରରେ ପଞ୍ଜାବ ପାଇଁ ଖେଳିଛନ୍ତି କ୍ରିକେଟ୍ । ମୈଦାନରେ ବି ଜମେ ଉଭୟଙ୍କ ଯୋଡି । ଖେଳରେ ବି ଦୁହେଁ ଦୁହିଁଙ୍କୁ ଦିଅନ୍ତି ଟକ୍କର ।  ଜିମ୍ୱାଓ୍ୱେରେ ଗିଲ୍ ଯଦିଓ କ୍ୟାପଟେନ୍ ଥିଲେ କିନ୍ତୁ ଚମକିଥିଲେ ଅଭିଷେକ । କାରଣ ବ୍ୟାଟ୍ ଥିଲା ଗିଲ୍ଙ୍କର, କିନ୍ତୁ ଖେଳିଥିଲେ ଅଭିଷେକ । ତେବେ ଏହି ବ୍ୟାଟ୍ ପାଇଁ ବେଶ୍ କସରତ କରିଥିଲେ ଅଭିଷେକ । ସହଜରେ କାହାକୁ ଜିନିଷ ଟିଏ ନଦେଉଥିବା ଖେଳାଳି ଅଭିଷେକଙ୍କୁ ଦାନ କରିଥିଲେ ବ୍ୟାଟ୍ । ଆଉ ତାଙ୍କର ପ୍ରତିଦାନ ବଳରେ ଅଭିଷେକ କରିଥିଲେ ନୂଆ ରେକର୍ଡ ।  

ପାକିସ୍ତାନ କ୍ରିକେଟର, ଶାହିଦ୍ ଆଫ୍ରିଦ । ଅକ୍ଟୋବର ୪, ୧୯୯୬ରେ ଖେଳିଥିଲେ ଐତିହାସିକ ପାଳି । ୩୭ ରନ୍ରେ ମାରିଥିଲେ ସେଞ୍ଚୁରୀ । ଦ୍ରୁତତମ ଶତକ କରିବାରେ ଥିଲା ୟୁନିକ ରେକର୍ଡ । ତେବେ ତାଙ୍କର ଏମିତି ବିସ୍ଫୋରକ ଇନିଂସ ଖେଳିବା ପଛରେ ଥିଲା ସଚିନ୍ ପାଜୀଙ୍କ ବଡ ହାତ । କାରଣ ମାଷ୍ଟର ବ୍ଲାଷ୍ଟରଙ୍କ ବ୍ୟାଟ୍ ନେଇ ମୈଦାନରେ ଖେଳିଥିଲେ ଆଫ୍ରିଦ୍ । ଆଉ ହାସଲ କରିଥିଲେ ନୂଆ କୀର୍ତ୍ତିମାନ । ୨୦୨୧ରେ ଏକ ଏନେଇ ଖୁଲ୍ଲାସା କରିଥିଲେ ନିଜେ ଶାହିଦ୍ ଆଫ୍ରିଦ । ଆଉ ଏବେବି ସେ ବ୍ୟାଟ୍ଟିକୁ ରଖିଛନ୍ତି ସାଇତି । କେବଳ ଖେଳ ପାଇଁ ସଚିନ ଥିଲେ ତାଙ୍କର ଫେବରିଟ୍ ପ୍ଲେୟାର । 

ଭାରତର ଯୁବ ତାରକା ରିଙ୍କୁ ସିଂହ । ବିସ୍ପୋରକ ବ୍ୟାଟର ତଥା ମ୍ୟାଚ୍ ଫିନିସର । ଆଇପିଏଲ୍ରେ ଅନେକ ରେକର୍ଡ । କେକେଆର ପାଇଁ ସାଜିଛନ୍ତି ସଂକଟମୋଚକ । ମୈଦାନରେ ଥିଲେ ହୁଏ ଛକା, ଚଉକା ବର୍ଷା । ଏପ୍ରିଲ ୯, ୨୦୨୪ରେ ଆଇପିଏଲ୍ରେ ରିଙ୍କୁ ଖେଳିଥିଲେ ଧୁଆଁଧାର ପାଳି । ଗୁଜୁରାଟ୍ ଟାଇଟନ୍ସ ହାତରୁ ବିଜୟ ଛଡାଇଆଣିଥିଲେ ରିଙ୍କୁ । ୫ ବଲ୍ରୁ ୫ ଛକ୍କା ସହ ୨୧ ବଲ୍ରେ କରିଥିଲେ ୪୮ ରନ୍ । ତେବେ ତାଙ୍କର ଦୁର୍ଦ୍ଦଷ ବ୍ୟାଟିଂ ପଛରେ ଥିଲା ନୀତିଶ ରାଣାଙ୍କ ବଡ ସପୋର୍ଟ । କାରଣ ସେତେବେଳର କ୍ୟାପଟେନ୍ ନୀତିଶଙ୍କ ବ୍ୟାଟ୍ ନେଇ ଖେଳିଥିଲେ ରିଙ୍କୁ ସିଂହ । 

ଏହି ଦୌଡରେ ଥିଲେ ଆଉ ଜଣେ ଖେଳାଳି । ୟୁଥ୍ କ୍ରିକେଟର ତିଲକ ବର୍ମା । ଆଇପିଏଲ୍ରେ ମୁମ୍ୱାଇ ପାଇଁ ଖେଳୁଥିବା ଷ୍ଟାର ବ୍ୟାଟର ବି ଉଦ୍ଧାରି ବ୍ୟାଟ୍ରେ କରିଥିଲେ କ୍ୟାରିୟର । ହାଇଦ୍ରାବଦରେ ଜନ୍ମିତ ଖେଳାଳିଙ୍କ ପାଖରେ ବ୍ୟାଟ ଟିଏ କିଣିବାକୁ ନଥିଲା ପଇସା । ହେଲେ କୋଚ୍‌ଙ୍କ ବଦାନ୍ୟତା କାରଣରୁ ଆଜି ସେ ବେଷ୍ଟ ପ୍ଲେୟାର । କାରଣ କୋଚ୍ ବ୍ୟାଟ୍‌ଟିଏ ଦେଇଥିବାରୁ ସେଥିରେ କରିଥିଲେ କ୍ୟାରିୟର । 








News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.