ଚେନ୍ନାଇ: ବିଶ୍ବକପରେ ଟିମ୍ ଇଣ୍ଡିଆର ଟେନସନ୍ ବଢ଼ିଲା । ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଷ୍ଟାର୍ ଓପନର ଶୁଭମନ ଗିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରକ୍ତରେ ପିଟ୍ଲେଟ୍ କାଉଣ୍ଟ କମିବାରୁ ତାଙ୍କୁ ଚେନ୍ନାଇର ଏକ ମେଡିକାଲରେ ତାଙ୍କୁ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।
ଆଫଗାନିସ୍ତାନ ମ୍ୟାଚରେ ଶୁଭମନ ଗିଲ୍ ଖେଳିବେ ନାହିଁ ବୋଲି ପୂର୍ବରୁ ବିସିସିଆଇ ସ୍ପଷ୍ଟ କରିଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାପୂର୍ବରୁ ଡେଙ୍ଗୁରେ ପୀଡିତ ଥିବା କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳିବାରୁ ବଞ୍ଚିତ ହୋଇଥିଲେ ଶୁଭମନ ।
wp:embed {"url":"https://www.prameyanews7.com/odi-world-cup-pakistan-vs-bangaldesh-today-match/","type":"wp-embed","providerNameSlug":"prameya-news-7"} /wp:embedବିସିସିଆଇର ମେଡିକାଲ ଟିମ୍ ଶୁଭମନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଶୁଭମନଙ୍କୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ସ୍ଥିତିକୁ ଦେଖି ପାକିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଖେଳିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି ।
ଅଷ୍ଟ୍ରେଲିଆ ମ୍ୟାଚରେ ଗିଲ୍ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଇଷାନ କିଶାନଙ୍କୁ ସୁଯୋଗ ମିଳିଥିଲା । ସେ ଓପନିଂ ସେମିତି କିଛି ଖାସ୍ ଖେଳଦେଇ ପାରିନଥିଲେ । ତେଣୁ ଶୁଭମନ ଗିଲ୍ଙ୍କୁ ନେଇ ଏବେ ରୋହିତ ବାହିନୀର ଚିନ୍ତା ବଢ଼ିବାରେ ଲାଗିଛି ।