ନୂଆଦିଲ୍ଲୀ ୯।୧: ଆମ ଆଦମୀ ପାର୍ଟି (ଆପ) ପ୍ରତିନିଧି ମଣ୍ଡଳି ଗୁରୁବାର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା ପରେ ଆପ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଗଣମାଧ୍ୟମକୁ ଭେଟିଥିବା ବେଳେ ସେ ସିଇସିଙ୍କୁ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ଓ ତାଙ୍କ ଘର ଉପରେ ତୁରନ୍ତ ଚଢଉ କରିବାକୁ ଦାବି କରିଛନ୍ତି। କେଜରିୱାଲ ଗଣମାଧ୍ୟମକୁ ସିଇସିଙ୍କୁ ଭେଟିଥିବାର ସୂଚନା ଦେବା ସହ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅତିଶୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ସଞ୍ଜୟ ସିଂହ ଓ ମୁଁ ସିଇସିଙ୍କୁ ଭେଟିଛୁ। ଏହି ସାକ୍ଷାତ ନିମନ୍ତେ ଆମର କିଛି ବଡ଼ ପ୍ରସଙ୍ଗ ଥିଲା। ଯେଉଁଥିରୁ ଗୋଟିଏ ହେଉଛି ନୂଆ ଦିଲ୍ଲୀ ବିଧାନସଭାରେ ୧୫ ଡିସେମ୍ବରରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ୨୨ ଦିନରେ ସାଢେ ୫ହଜାର ଭୋଟ କଟିବାକୁ ଆସିଯାଇଛି। ଏହି ନିର୍ବାଚନମଣ୍ଡଳିର ମୋଟ ଭୋଟ ୧ଲକ୍ଷ ଅର୍ଥାତ ୨୨ ଦିନରେ ସାଢେ ୫ ପ୍ରତିଶତ ଭୋଟ କଟିବା ଉପରେ। ଏହା ପୂର୍ବରୁ ଏତେ ଆସିନଥିଲା। ଅର୍ଥାତ ଏଠାରେ ଭୋଟ ଗଡବଡ ରହିଛି।
ସେ କହିଛନ୍ତି ଯେ ଯେତେବେଳେ ଅଧସ୍ଥନ ନିର୍ବାଚନ ଅଧିକାରୀ ଏହି ଭୋଟ ଉପରେ କାର୍ଯ୍ୟାନୁଷ୍ଠାନ କଲେ ଓ ଲୋକଙ୍କୁ ଭେଟିବାକୁ ଡକାଇଲେ ସେମାନେ କହିଲେ ଆମେ ଏପରି କୌଣସି ଆବେଦନ କରି ନାହୁଁ। ଆମ ନାମରେ ମିଥ୍ୟା ଆପ୍ଲିକେସନ ଦିଆଯାଇଛି। ୮୯ଜଣ ଲୋକ ଭୋଟ କାଟିବା ପାଇଁ ଆବେଦନ କରିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ୧୮ ଜଣ ଇସିଆଇଙ୍କ ନିକଟରେ ହାଜର ହୋଇଥିଲେ। ସେମାନେ ଅଧିକାରୀଙ୍କୁ ସ୍ପଷ୍ଟ କହିଥିଲେ ଯେ ଆମେ ଏହି ଆବେଦନ କରି ନାହୁଁ।
ଦ୍ୱିତୀୟ କଥା ହେଉଛି ୧୫ ଡିସେମ୍ବରରୁ ୮ ଜାନୁୟାରୀ ମଧ୍ୟରେ ୧୩ ହଜାର ନୂଆ ଭୋଟର ଆବେଦନ କରିଛନ୍ତି। ୧ଲକ୍ଷ ଭୋଟରଙ୍କ ଏହି ବିଧାନସଭାରେ ଅଚାନକ ୧୩ ହଜାର ଲୋକ ଆସିଲେ କୁଆଡୁ? ଗତ ୧୫ ଦିନରେ ୧୩ ହଜାର ନୂଆ ଭୋଟର ଭୋଟର ଲିଷ୍ଟରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି।