ଇମେଲ୍‌ରେ ଆସିଲା ଏୟାରପୋର୍ଟ ଉଡ଼ାଇଦେବାର ଧମକ! ଖାଲି କରାଗଲା ୬ ବିମାନବନ୍ଦର

Published By : Prameya-News7 Bureau | October 18, 2023 IST

ନୂଆଦିଲ୍ଲୀ, ୧୮/୧୦: ଆକ୍ରମଣ ଧମକ ପରେ  ଫ୍ରାନ୍ସର ୬ ଏୟାରପୋର୍ଟକୁ କରଗଲା ଖାଲି। ଇମେଲ୍‌ ଜରିଆରେ ଧମକପୂର୍ଣ୍ଣ ମେସେଜ୍‌ ଆସିବା ପରେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ଫ୍ରାନ୍ସ ସରକାର। ସୂଚନାନୁସାରେ, ପ୍ୟାରିସ ନିକଟରେ ଥିବା ଲିଲି, ଲିଅନ୍, ନୈନଟେସ୍‌, ନିସ୍, ଟୁଲୁଜ୍‌ ଏବଂ ୟେବେଏସ୍ ଏୟାରପୋର୍ଟକୁ ଖାଲି କରାଯାଇଛି।

ନ୍ୟୁଜ୍ ଏଜେନ୍ସି AFPର ଖବର ଅନୁଯାୟୀ ଆକ୍ରମଣର ଧମକ ପରେ ସୁରକ୍ଷାକୁ ବଢାଇ ଦିଆଯାଇଛି। କେଉଁ ସଂସ୍ଥା ଦ୍ୱାରା ଧମକ ଦିଆଯାଇଛି ଏବଂ ଏହାର ସୋର୍ସ କଣ ସେ ବିଷୟରେ ଫ୍ରାନ୍ସ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।

ସୂଚନାଯୋଗ୍ୟ ଯେ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଚାଲିଥିବା ହିଂସା ପରେ ସାରା ବିଶ୍ୱ ଏବେ ସଜାଗ ରହିଛି। ଫ୍ରାନ୍ସ ସମେତ ବିଶ୍ୱର ଅନେକ ଦେଶ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନିନ୍ଦା କରିଛନ୍ତି। ଗାଜା ଅଞ୍ଚଳରେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ପକ୍ଷ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହାର କୌଣସି ଲିଙ୍କ୍‌ ରହିଛି କି ନାହିଁ ପରେ ଜଣାପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.