ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବାକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା, RI ଅଫିସରେ ଲାଗିବ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ

Published By : Prameya-News7 Bureau | December 04, 2024 IST

ଭୁବନେଶ୍ବର ୪।୧୨: ବିଧାନସଭାରେ ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟ୍ଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର । ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା ଘର ଦିଆଯିବ । ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ, ତହସିଲଦାର ଏବଂ ବିଡ଼ିଓଙ୍କ ବୈଠକ ବସିବ । ହିତାଧିକାରୀଙ୍କୁ ପଟ୍ଟା ଏବଂ ଜମି ସହିତ ପକ୍କା ଘର ଯୋଗାଇବେ ବିଡ଼ିଓ ।

ଏ ସରକାର ସମୟରେ ଜଣେ ହେଲେ ବି ଭୂମିହୀନ ରହିବେ ନାହିଁ । ୭୦% ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ । ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲକୁ ଜମି ଦିଆଯିବ । ସବୁ ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବା ପାଇଁ, ରେଜିଷ୍ଟ୍ରେସନ ଅଫିସକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଏଭଳି ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ଆରଆଇ ଅଫିସରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ରାସ୍ତାରେ ବୁଲୁଛନ୍ତି ୧୭ଲକ୍ଷ ବୁଲା କୁକୁର, ଗତ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଲେଣି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.