ଭୁବନେଶ୍ବର ୧୩।୧୦: ସ୍ନାଚିଂର ନୂଆ ଫର୍ମୁଲା । ରେକି କରି ଏକା ଓ ଅସହାୟ ମହିଳାଙ୍କୁ କରୁଥିଲେ ଟାର୍ଗେଟ୍ । ପାଣି ପିଇବା ଆଳରେ ନିଜ ବାହାଘରରେ ମହିଳା ପିନ୍ଧିଥିବା ସୁନା ଚେନ୍ ପରି ଅବିକଳ ସୁନା ଚେନ୍ ତିଆରି କରିବାକୁ କହି ଫଟୋ ଉଠାଇବାକୁ ମାଗୁଥିଲେ । ଆଉ ମଉକା ଦେଖି ସୁନା ଚେନ୍ ଝାମ୍ପି ଫେରାର ହୋଇ ଯାଉଥିଲେ । ଏମିତି ଏକ ଲୁଟେରାକୁ ଧରିବାରେ ସଫଳ ହୋଇଛି ଲିଙ୍ଗରାଜ ଥାନା ପୋଲିସ । ଅଭିଯୁକ୍ତର ନାମ ପ୍ରଶାନ୍ତ ଦାସ ହୋଇଥିବା ବେଳେ ତା ଘର ଯାଜପୁର ଅଞ୍ଚଳରେ । ଅଭିଯୁକ୍ତ ଠାରୁ ପୋଲିସ ଚାରୋଟି ସୁନା ଚେନ, ଗୋଟିଏ ଅଲ୍ଟୋ କାର୍ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି । ସିସିଟିଭିରେ ଲୁଟ୍ କରି ପଳାଉଥିବା ଦୃଶ୍ୟ କଏଦ ହୋଇଛି । ରିମାଣ୍ଡ ଦିଆଯାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
You Can Read:
ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଘରେ ପୂଜାର୍ଚ୍ଚନା କରି ମଣ୍ଡପରେ କଲେ ଦୁର୍ଗା ମା’ଙ୍କ ଆରାଧନା