କଟକ ୯।୧୧: କଟକ ଗଣଦୁଷ୍କର୍ମ ପ୍ରସଙ୍ଗରେ ପୋଲିସ ଡିଜିଙ୍କୁ ଭେଟିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ପୋଲିସ ଡିଜିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସୋଫିଆ କହିଛନ୍ତି, ଦଶହରା ସମୟରୁ କଟକରେ ଏହି ଗଣଦୁଷ୍କର୍ମ ହୋଇଥିଲା । ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ ନେଇ ପ୍ରଥମେ ପୁରୀଘାଟ ଥାନା ପରେ ସଦର ବାରଙ୍ଗ ଥାନାକୁ ମଧ୍ୟ ଯାଇଥିଲେ । ହେଲେ ପୋଲିସ ସେମାନଙ୍କର ଅଭିଯୋଗକୁ ଗ୍ରହଣ କରିଲା ନାହିଁ । ମହିଳାଙ୍କୁ ସୁରକ୍ଷା ଦେବା ପୋଲିସର ପ୍ରଥମ ଦାଇତ୍ୱ କିନ୍ତୁ କେଉଁ ପରିପେକ୍ଷୀରେ ପୀଡ଼ିତାଙ୍କ ଅଭିଯୋଗ ରଖାଗଲାନାହିଁ, ଏହାର ତଦନ୍ତ ହେବା ଆବଶ୍ୟକ । ଯଦି ସତରେ ପୋଲିସ ଅଭିଯୋଗ ଗ୍ରହଣ କାରିନାହିଁ ତେବେ ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ସୋଫିଆ । ଏହାସହ ପୀଡିତା ପରିବାରର ସୁରକ୍ଷା ଏବଂ ପୀଡ଼ିତାଙ୍କ ପରିଚୟ ଗୋପନ ରଖିବାକୁ ମଧ୍ୟ ପୋଲିସ ଡିଜିଙ୍କ ପାଖରେ କଂଗ୍ରେସ ଦାବି କରିଛି । ଆବଶ୍ୟକ ପଡିଲେ ଉଭୟ ଥାନା ଘେରାଉ କରିବାକୁ ମଧ୍ୟ ଚେତାବନୀ ଦେଇଛି କଂଗ୍ରେସ ।
You Can Read:
ପୂର୍ବତନ ମୁଖ୍ୟମନ୍ତ୍ରୀ ବଳକା ରାଜ୍ୟ କରିଥିଲେ, ବର୍ତ୍ତମାନର ସରକାର ଆମ୍ବ ଟାକୁଆ ଖୁଆଇ ଦେଲେ : ପ୍ରମିଳା ମଲ୍ଲିକ