World Cup 2023 : ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ବଢିଲା ହୋଟେଲ-ବିମାନ ଭଡ଼ା

Published By : Prameya-News7 Bureau | August 16, 2023 IST

ଅହମ୍ମଦାବାଦ ୧୬।୦୮ : ଆଉ କିଛି ଦିନ ପରେ ଭାରତରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଏଥିପାଇଁ ଆଇସିସି ପକ୍ଷରୁ କ୍ରୀଡାସୂଚୀ ମଧ୍ୟ ଘୋଷଣା ସରିଛି । ଅକ୍ଟୋବର ୫ରୁ ଆରମ୍ଭ ହେବେ ଏହି କ୍ରିକେଟ୍‌ ମହାକୁମ୍ଭ । ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ଖେଳାଯିବ ।

ତେବେ ନୂଆ କ୍ରୀଡା ସୂଚୀ ଅନୁସାରେ, ଭାରତ-ପାକିସ୍ତାନ ସମେତ ୯ଟି ମୁକାବିଲାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଅକ୍ଟୋବର ୧୫ରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଅକ୍ଟୋବର ୧୪ରେ ଖେଳାଯିବକୁ ସ୍ଥିର ହୋଇଛି । ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ।

ତେବେ ଏହି ମ୍ୟାଚ୍‌କୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । କିନ୍ତୁ ଏସବୁ ଭିତରେ ଏକ ଖବର ସାମ୍ନାକୁ ଆସିଛି । ଯାହାକି ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ କରିଦେବ । ଅହମ୍ମଦାବାଦ୍‌ରେ ହୋଟେଲ ରୁମ୍‌ ବୁକିଂ ରେକର୍ଡ ହୋଇଛି । ଏହାସହିତ ହୋଟେଲ୍‌ ରୁମ୍‌ ସବୁ ଚଢା ଦାମ୍‌ରେ ମଧ୍ୟ ବୁକିଂ ହେଉଛି । ପାଞ୍ଚତାରକା ହୋଟେଲରେ ଗୋଟିଏ ରୁମ୍‌ର ଭଡ଼ା ୨୦ ହଜାରରୁ ୨.୫ ଲକ୍ଷ ପର୍ଯ୍ୟନ୍ତ ଯାଇଛି । ଏପିରିକି ଯିଦ କେହି ଯାତ୍ରୀ ଦୁଇ ଦିନ ଏହି ହୋଟେଲରେ ରହିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡିବ ।

ଅନ୍ୟପଟେ  ହୋଟେଲ ବ୍ୟତୀତ ବିମାନ ଯାତ୍ରା ଟିକେଟ୍‌ ଦାମ ମଧ୍ୟ ବଢିଛି ବୋଲି ଚର୍ଚ୍ଚା ହେଉଛି । ୧୩ ଏବଂ ୧୫ ଅକ୍ଟୋବରରେ ମୁମ୍ବାଇ ଏବଂ ଦିଲ୍ଲୀରୁ ଅହମ୍ମଦାବାଦ ଯିବାକୁ ଥିବା ବିମାନର ଦାମ୍‌ ବଢିଯାଇଛି । ପ୍ରତି ଟିକେଟ୍‌ର ଦାମ୍‌ ୧୦ ହଜାରରୁ ୨୫ ପର୍ଯ୍ୟନ୍ତ ରହିଛି । ପୂର୍ବରୁ ଏହି ଟିକେଟ୍‌ର ଦାମ ୫ ହଜାର ଟଙ୍କା ଥିଲା । ଆଗକୁ ମଧ୍ୟ ଆହୁରି ବଢିପାରେ ଟିକେଟ୍‌ର ଦାମ୍‌ ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୫ ଆଇସିସି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହିତ ଖେଳିବ । ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି । ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।

wp:embed {"url":"https://www.prameyanews7.com/sanjay-dutt-injured-on-the-movie-sets-of-double-ismart/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sanjay-dutt-injured-on-the-movie-sets-of-double-ismart/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.