ସାତ ଜନ୍ମର ସାଥୀ ହେଲେ ଜହିର-ସୋନାକ୍ଷୀ, ସାମ୍ନାକୁ ଆସିଲା ବିବାହର ଫଟୋ

Published By : Prameya-News7 Bureau | June 24, 2024 IST

ମୁମ୍ଵାଇ ୨୪।୦୬: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ । ଦୁହେଁ ବର୍ତ୍ତମାନ ବିବାହ କରିଛନ୍ତି । ଏହି ଦମ୍ପତି ପ୍ରଶଂସକଙ୍କ ସହ ସେମାନଙ୍କର ବିବାହର ପ୍ରଥମ ଲକ ସେୟାର କରିଛନ୍ତି। କ୍ରିମ ରଙ୍ଗର ସାଢୀରେ ସୋନାକ୍ଷୀଙ୍କ ସରଳତା ଏବଂ ଧଳା କୁର୍ତ୍ତା-ପାଇଜାମାରେ ଜହିରଙ୍କ କୁଲ୍‌ ଅନ୍ଦାଜ୍ ସମସ୍ତଙ୍କ ଆଖି ଉପରେ ପଡିଥିଲା 

ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ସବୁଦିନ ପାଇଁ ଏକାଠି ହୋଇଛନ୍ତି। ସୋନାକ୍ଷୀ ଏବଂ ଜହିର ଜୁନ୍ ୨୩ ରେ ସିଭିଲ୍ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ବିବାହ କରିଥିଲେ ଏବଂ ଏହି ଦମ୍ପତି ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ସେମାନଙ୍କର ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି। ଦୁହେଁ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସାମ୍ନାରେ ଏହି ବିବାହ କରିଛନ୍ତି । ଗତ  ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିଲେ ଏବଂ ବର୍ତ୍ତମାନ ଉଭୟ ଆଇନଗତ ସ୍ୱାମୀ ଏବଂ ସ୍ତ୍ରୀ ହୋଇଛନ୍ତି।



ବିବାହ ଫଟୋ ସେୟାର କରିବାବେଳେ ସୋନାକ୍ଷୀ ସିହ୍ନା କ୍ୟାପସନରେ ଲେଖିଛନ୍ତି, 'ଏହି ଦିନସାତ ବର୍ଷ ପୂର୍ବେ (୨୩.୦୬.୨୦୧୭), ଆମେ ପରସ୍ପରର ଆଖିରେ ପ୍ରେମ ଦେଖିଥିଲୁ ଏବଂ ଏହାକୁ ଧରି ରଖିବାକୁ ସ୍ଥିର କରିଥିଲୁ । ଆଜି ସେହି ପ୍ରେମ ଆମକୁ ସମସ୍ତ ଆହ୍ଵନ ଏବଂ ବିଜୟ ମାଧ୍ୟମରେ ମାର୍ଗଦର୍ଶନ କରିଛି ... ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ... ଯେଉଁଠାରେ ଆମ ପରିବାର ଏବଂ ଉଭୟ ଭଗବାନଙ୍କ ଆଶୀର୍ବାଦ ସହିତ ... ଆମେ ବର୍ତ୍ତମାନ ସ୍ୱାମୀ ଏବଂ ସ୍ତ୍ରୀ ହୋଇଛୁ।  ବର୍ତ୍ତମାନ ଠାରୁ ସବୁଦିନ ପର୍ଯ୍ୟନ୍ତ ପ୍ରେମଭରସା ଏବଂ ସମସ୍ତ ସୁନ୍ଦର ଜିନିଷ ପରସ୍ପର ସହିତ ଅଛି । ସୋନାକ୍ଷୀ-ଜହିର ୨୩.୦୬.୨୦୧୭।

 

 

ସୋନାକ୍ଷୀ ସିହ୍ନା ତାଙ୍କୁ ଏବଂ ଜହିର ଇକବାଲଙ୍କ ବିବାହ ଫଟୋ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଏହି ପଟୋ ଗୁଡ଼ିକରେ ଦୁହେଁ ବହୁତ ଖୁସି ନଜର ଆସିଛନ୍ତି ଏବଂ ଏହି ସମ୍ପର୍କକୁ ନେଇ ସେମାନଙ୍କ ପରିବାର ମଧ୍ୟ ବହୁତ ଖୁସି।  ନବ ବିବାହିତ ଦମ୍ପତ୍ତି ଇନଷ୍ଟାଗ୍ରାମରେ ତାଙ୍କ ବିବାହର ତିନୋଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ଜହିର ତାଙ୍କ ହାତକୁ କିସ୍‌ ଦେଉଥିବା ବେଳେ ଦ୍ୱିତୀୟ ଫଟୋରେ ଜହିର ବିବାହ କାଗଜପତ୍ରରେ ଦସ୍ତଖତ କରୁଛନ୍ତି ଏବଂ ସୋନାକ୍ଷୀ ତାଙ୍କ ପିତାଙ୍କ ହାତ ଧରି ଠିଆ ହୋଇଛନ୍ତି ଏବଂ ଏହି ସମୟରେ ଶତୃଘ୍ନ  ଇମୋସନାଲ ନଜର ଆସିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.